ଦୁଇ ବାଇକ ମୁହାମୁହି, ଦୁଇ ମୃତ

4

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସଦର ଏ ଏନ ଏମ ସେଣ୍ଟର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୂହାମୁହି ଧକ୍କା ହେବାରୁ ଦୁଇ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ହେଲେ ବିହାର ରାଜ୍ୟର ଶମ୍ଭୁ ରାୟ (୫୫) ଓ ମଇଦାଲପୁର ଥାନା ଅନ୍ତର୍ଗତ ମେରି ଗ୍ରାମ ର ଦେବେନ୍ଦ୍ର ନାୟକ (୨୮)। ଏ ନେଇ ଡାବୁଗାଁ ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଡାବୁଗାଁ ନିକଟ ବୋରିପଦର ଦେଶୀ ମଦଭାଟି ରେ କାର୍ଯ୍ୟ କରୁଥିବା କର୍ମଚାରୀ ଶମ୍ଭୁ ରାୟ (୫୫) ଆଜି ପୂର୍ବାହ୍ନ ୧୦. ୩୦ ମିନିଟ ସମୟରେ କୌଣସି କାର୍ଯ୍ୟରେ ଏକ ବାଇକ୍ ନମ୍ବର (ଓଡି ୨୪ ୯୫୨୯) ଟିଭିଏସ୍ ଷ୍ଟାର୍ ରେ ଯାଉ ଥିବା ବେଳେ ବିପରୀତ ଦିଗରୁ ମଇଦଲ ପୁର ଥାନା ଅନ୍ତର୍ଗତ ମେରି ଗାଁ ର ଦେବେନ୍ଦ୍ର ନାୟକ(୨୮) ତାଙ୍କ ଗ୍ରାମରୁ ଏକ ବାଇକ ନମ୍ବର ( ଓଡ଼ି ୨୪ ଏମ ୩୫୩୯)ଯୋଗେ ଡାବୁଗାଁ ବ୍ଳକ ପାଖରେ ଥିବା ଖୁଟୁବାଇ ତାଙ୍କ ଶ୍ଵଶୁର ଘର ଗ୍ରାମ ଅଭିମୁଖେ ଆସୁଥିଲେ। ତେବେ ମାନିଗାଁ ନିକଟ ଏ ଏନ ଏମ ସେଣ୍ଟର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାମୁହୀ ଧକ୍କା ହେବାରୁ ଉଭୟେ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଦୁଇ ବାଇକ୍ ଚାଳକ ଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ଶମ୍ଭୁ ରାୟ ଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଦେବେନ୍ଦ୍ର ନାୟକ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ନାୟକ ଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଅପାଚୀ ବାଇକ ଓ ଡି ୨୪ ଏମ ୩୫୩୯ ଦ୍ରୁତ ଗତିରେ ଆସୁଥିବାରୁ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଭାଟି କର୍ମଚାରୀ ଟି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।ଘଟଣା ସ୍ଥଳରେ ଡାବୁଗାଁ ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ବାଇକ୍ ଜବତ କରିଥିଲେ।ଅପରାହ୍ନରେ ମୃତ ପରିବାର ଲୋକେ ଡାବୁଗାଁ ଥାନା ରେ ପୃଥକ୍ ପୃଥକ୍ ଦୁଇଟି ଏତଲା ଦେବାକୁ ପରେ ପୁଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ କରି ଉଭୟ ପରିବାର କୁ ଶବ ହସ୍ତାନ୍ତର କରିଥିଲେ। ।

Leave A Reply

Your email address will not be published.