ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନିକଟସ୍ଥ ପାତାପାଟନମ୍ ସ୍ଥିତ ଶ୍ରୀ ରାମାରାଜୁ ଚେରିଟେବୁଲ୍ ଟ୍ରଷ୍ଟ୍ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଚଳିତ ବର୍ଷର ଗଜପତି ଜିଲ୍ଲା ମାଟ୍ରିକ ଟପର୍ ସୁଶ୍ରୀ ପ୍ରଜ୍ୟୋତି ଚୋୖଧୁରୀ ତଥା ଅନ୍ୟତମ ଟପର୍ ସୁଶ୍ରୀ ଅଙ୍କିତା ପାଢ଼ୀ ଏବଂ ସେମାନଙ୍କ ଅବିଭାବକମାନଙ୍କୁ ଟ୍ରଷ୍ଟ୍ ର ସଭାପତି , ସମାଜସେବୀ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ପି. ରାମାରାଜୁ ଫୁଲ ତୋଡା , ଉପଢୌକନ, ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଟ୍ରଷ୍ଟର କର୍ମକର୍ତ୍ତା ଶ୍ରୀ ଭୀମସେନ ପଣ୍ଡା , ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ , ଶ୍ରୀ ହରି ବିଶ୍ଵାଳ , ଶିଶୁ ମନ୍ଦିରର ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରମୋଦ କୁମାର ପାଢୀ ଓ ବ୍ୟଙ୍ଗ ଚିତ୍ରକାର ଏମ୍. ଶେଖର ରାଓ ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.