ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚିଙ୍ଗେରକଟା ଗ୍ରାମ ଠାରେ ୦୯.୫.୨୦୨୪ଠାରୁ ତା୧୧.୦୫.୨୦୨୪ରିଖ ପର୍ଯ୍ୟନ୍ତ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞାତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ। ଶୁକ୍ରବାର ପୂର୍ବାହ୍ନ ଶୁଭ ଲଗ୍ନରେ ଗ୍ରାମର ଥିବା ପୋଖରୀ ରୁ ଗ୍ରାମର ଶତାଧିକ ମହିଳାମାନେ କଳସୀରେ ପାଣି ନେଇ ଏକ ବର୍ଣ୍ଣାଢ଼ୀ ପରିବେଶ ତଥା ସଂକୀର୍ତ୍ତନ୍ୟ ଦଳ ସହଯୋଗରେ କଳସ ଶୋଭାଯାତ୍ରାରେ ଆସିବା ପରେ ପୂଜା ମଣ୍ଡପ ସ୍ଥାପନ କରାଯାଇଥିଲା। ପୂଜା ଅର୍ଚ୍ଚନା କରିବା ପରେ ମହାମତ୍ନର ନାମ ଧରିଥିଲେ।କର୍ତ୍ତା ଭାବେ ଆଲୋକ ଦଣ୍ଡସେନା ଓ ତାଙ୍କର ସହ ପତ୍ନୀ ପୁଷ୍ପା ଦଣ୍ଡସେନା ଦାୟିତ୍ଵ ନିର୍ବାହ କରିଥିଲେ।ପୂଜକ ଭାବେ ସରତ ଦାସ ଓ ସହଯୋଗୀ ଗଣ ରୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଗ୍ରାମ ବାସୀ ସହ ସଂକୀର୍ତ୍ତନ୍ୟ ଦଳ ମହାମନ୍ତ୍ର ଜପ ପରିବେଷଣ କରିଥିଲେ l ମଣ୍ଡପ ସାଜସଜ୍ଜା କରିଥିଲେ ବିରେନ୍ଦ୍ର ଦଣ୍ଡସେନା l ଏଥିରେ କମିଟି ସଦସ୍ୟ ନଥିଲା ଭୋଇ, ଭାଗିରଥୀ ଦଣ୍ତସେନା, ବିନୟ ଦଣ୍ତସେନା, ପ୍ରହ୍ଲାଦ ଦଣ୍ତସେନା, ରାଧା କ୍ରିଷ୍ଣା କଟୁଆଳ, କଶ୍ୟପ ଦଣ୍ଡସେନା, ସମାରୁ ଭୋଇ, ହେମନ୍ତ ପଟୁଆଳ, ସିରମଣୀ ଦଣ୍ଡସେନା,ନୀଳ ଭୋଇ, ସୁରେଶ ଭୋଇ, ଆଲୋକ ସାହୁ, ଅର୍ଜୁନ ଭୋଇ ଙ୍କ ଶହ ସମସ୍ତ କମିଟି ସଦସ୍ୟ ଏବଂ ଗ୍ରାମବାସୀ ସହୋଯାଗ କରୁଛନ୍ତି l ଆଜିଠୁ ତିନି ଦିନ ଧରି ନାମ ଯଜ୍ଞ ଅନୁଷ୍ଠିତ ହୋଇ ରବିବାର ଦିନ ଏହା ସମାପନ ହେବ ବୋଲି କମିଟି ସଦସ୍ଯ ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.