ହରିଶଙ୍କର ବୈଶାଖ ମେଲା ରେ ଯୁବ କୁଲୁତା ସମାଜ ତରଫରୁ ଅନ୍ନ ଛତ୍ର

5

ଖପ୍ରାଖୋଲ ୯|୫(ହେମସାଗର ସାହୁ): ପଶ୍ଚିମ ଓଡିଶା ର ବିଖ୍ୟାତ ଶୈବ ପୀଠ ରେ ବୈଶାଖ ମେଳା ଧୁମ ଧାମ ସହ ଚାଲୁଥିବା ବେଳେ ହଜାର ହଜାର ପର୍ୟ୍ୟଟକ ରାଜ୍ୟ ର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ଛତିଶଗଡ ରାଜ୍ୟ ରୁ ଆସୁଥିବା ବେଳେ ପର୍ୟ୍ୟଟକ ଙ୍କ ସୁବିଧା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଜଲଛତ୍ର ସୁବିଧା କରାଯାଇଛି ସେହିପରି ହରିଶଙ୍କର ଠାରେ ଯୁବ କୁଲୁତା ସମାଜ ପରିବାର ତରଫରୁ ଅନ୍ନ ଛତ୍ର ରେ ସମସ୍ତ ଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରି ବେଶ ପ୍ରଶଂସା ସାଉଁଟି ଛନ୍ତି କୁଲତା ସମାଜ ଆଜି ଯାତ୍ରା ର ଦ୍ଵିତୀୟ ଦିନ ରେ ହଜାର ଶ୍ରଦ୍ଧାଲୁ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି କୁଲତା ସମାଜ ତରଫରୁ ବ୍ୟାପଜ ପ୍ରସ୍ତୁତି କରିଥିବା ବେଳେ କୁଲତା ସମାଜ ର ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନ ଲେଥା କୁ ବହୁଳ ଭାବରେ ଲୋକେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି |

Leave A Reply

Your email address will not be published.