ହୀରାକୁଦ କେନାଲ ପାଣି ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବି ଜଣାଇଲେ କୃଷକ ସଂଗଠନ।

5

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜରିଆରେ ଡୁଙ୍ଗୁରିପାଲି ବ୍ଲକ୍ ଚାଷୀ ମାନଙ୍କର ଏକ ପ୍ରତନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି । ସେମାନେ ଜଣାଇଛନ୍ତି ଯେ ୧୦ ମଇ ରେ ହୀରାକୁଦ କେନାଲ ପାଣି ବନ୍ଦ ହେଇ ଗଲେ ଅନେକ ଅଞ୍ଚଳ, ଯେଉଁଠାରେ ଧାନ ଚାଷ ଆରମ୍ଭ ବିଳମ୍ବ ହେଇଥିଲା ଯଥା ଭିମଟିକିରା, ଅନ୍ଧାରିବାଞ୍ଜି, ବଡକର୍ଲେ,ପଣ୍ଡକିଟାଲ, ବେହେରାମାଲ୍, ରାମପୁର, ସମେଲେଇଚୁଁଆ ଆଦି ରେ ଧାନ ଅପରିପକ୍ଵ ହେବ ଓ ତତ୍ଦ୍ଵାରା କଟନି ଛଟିନି ସମସ୍ୟା ବଢିବ ତଥା ଉତ୍ପାଦନ କମିବା ଦ୍ୱାରା ଚାଷୀ କ୍ଷତି ସହିବାର ସମ୍ଭାବନା ବଢିଯିବ । ଏଣୁ ଆସିଥିବା ଚାଷୀ ପ୍ରତିନିଧି ମାନେ କହିଛନ୍ତି ଜଳ ସେଚନ ର ଅବଧି କୁ ଅନ୍ୟୁନ ୨୦ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ତଦ୍ୱାରା ତଳିମୁଣ୍ଡ ର ଡୁଙ୍ଗୁରିପାଲି ଓ ବିନିକା ବ୍ଲକ୍ ର ଚାଷୀ ମାନେ ଉପକୃତ ହେବେ । ଆହୁରି ମଧ୍ୟ ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭପତି ପ୍ରଦ୍ୟୁମ୍ନ ପାଢ଼ୀ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି ବିଗତ ଅଦିନିଆ ବର୍ଷା ରେ ଏହି ସବୁ ଅଂଚଳରେ ହୋଇଥିବା ବ୍ୟାପକ କ୍ଷୟ କ୍ଷତି ଆକଳନ କରିବା ପାଇଁ ଏଯାଏଁ କୌଣସି ଅଧିକାରୀ ଯାଇନାହାନ୍ତି ଭି ଏ ଡବ୍ଲୁ, ଆର୍ ଆଇ ଠୁ ଆରମ୍ଭ କରିକୀ ସବୁ ଅଧିକାରୀ ଏସି ରୁମ୍ ଭିତରୁ ଚାଷୀ ର ଭାଗ୍ୟ ସହ ଖେଲୁଛନ୍ତି । ସେମିତି ରେ ବି କ୍ଷୟ କ୍ଷତି ଆକଳନ , କ୍ଷତିପୂରଣ ପ୍ରଦାନ , ଚାଷୀ କୁ ଇନ୍ସୁରାଂସ ଦେବା ଆଦିରେ ସୋନପୁର ଜିଲ୍ଲା ତଳ ପଟୁ ପ୍ରଥମ। ଏଣୁ ଶୀଘ୍ର ଆକଳନ ସହ ୨୦ ତାରିଖ ପର୍ଯ୍ୟନ୍ତ ଜଳସେଚନ ଅବଧି ବୃଦ୍ଧି ନକଲେ ସଂଗଠନ ତରଫ ରୁ ଭୀଷଣ ଆନ୍ଦୋଳନ କରିବାର ସେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.