ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା ଅନୁଷ୍ଠିତ

5

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଆଜି.ପୂର୍ବାହ୍ନ ୧୧.୦୦ ଘଟିକା ସମୟର କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କେସିଙ୍ଗା ସେକ୍ସନ ବଗାଡ ବନ ସୁରକ୍ଷା ସମିତି ରେ କେସିଙ୍ଗା ସେକ୍ସନ ବନପାଳ ଶ୍ରୀଯୁକ୍ତ ଯଶୋବନ୍ତ ନାଏକ ଙ୍କ ଆହ୍ବାନ କ୍ରମେ ଜଙ୍ଗଲ କୁ ନିଆଁ ଦାଉରୁ ସୁରକ୍ଷା ନିମନ୍ତେ ଏକ ସାଧାରଣ ପରିଷଦ ବୈଠକ ଟେଙ୍ଗେରା ସ୍ଥିତ ବରବଛ ଠାରେ ଅନୁଷ୍ଠତ ହୋଇଥିଲା । ଉକ୍ତ ବୈଠକ ରେ ବନ ବିଭାଗ କର୍ମଚାରୀ ତଥା , ଆମ ଜଙ୍ଗଲ ଯୋଜନା କର୍ମଚାରୀ, ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ବନ ସୁରକ୍ଷା ସମିତି ସଭାପତି ଶ୍ରୀଯୁକ୍ତ ଧନୁ ମାଝୀ ସମସ୍ତ ଙ୍କୁ ସ୍ଵାଗତ ଜଣାଇ ବନ ବିଭାଗ କର୍ମଚାରୀ କେସିଙ୍ଗା ବନପାଳ ଶ୍ରୀଯୁକ୍ତ ଯଶୋବନ୍ତ ନାଏକ ଙ୍କୁ ଆମ ଜଙ୍ଗଲ ଯୋଜନା ଦଳ ପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ଙ୍କୁ ଆଲୋକପାତ କରିବା ପାଇଁ ଅନୁରୋଧ କରିଥିଲେ। ଦଳପତି ଶ୍ରୀ ସାହୁ ଜଙ୍ଗଲ କୁ ନିଆଁ ଦାଉରୁ ସୁରକ୍ଷା ଏବଂ ସମିତି ସଭ୍ୟ ସଭ୍ୟା ଙ୍କ ଆବଶ୍ୟକୀୟ ସହଯୋଗ ତଥା ଜଙ୍ଗଲରେ ନିଆଁ ଲାଗିବା କାରଣ ଓ ତାର ପ୍ରତିକାର ଏଵଂ ଅନେକ ଉଦାହରଣ ମାଧ୍ୟମରେ ସୁସ୍ଥ ପରିବେଶ ପାଇଁ ଜଙ୍ଗଲ ର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ପରେ ପରେ ବାନପାଳ ଶ୍ରୀ ନାଏକ ବନ ବିଭାଗ ଓ ସମିତି ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ତଥା ସର୍ବଦା ସହଯୋଗ ରହିଲେ ଏବଂ ସମିତି ର ଉପଯୁକ୍ତ ସଚେତନତା ହିଁ ଜଙ୍ଗଲ, ନିଆଁ ତଥା ବନ୍ୟଜନ୍ତୁ ଙ୍କ ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଆଲୋକପାତ କରିଥିଲେ। ଶେଷରେ ସମିତି ସଭାପତି ଶ୍ରୀ ମାଝୀ ସମସ୍ତ ଙ୍କୁ ବନ ବିଭାଗକୁ ସହଯୋଗ କାମନା କରି ପାଇଁ ଅନୁରୋଧ କରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସଙ୍ଗ କରିଥଲେ।

Leave A Reply

Your email address will not be published.