ନୃସିଂହନାଥ ମନ୍ଦିର ଠାରେ ଗୁପ୍ତ ଗଙ୍ଗା ଆଳତି ।

5

ପଦ୍ମପୁର :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତଥା ପଡ଼ୋଶୀ ଛତିଶଗଡ଼ ଓ ଝାରଖଣ୍ଡ ଲୋକଙ୍କ ପାଇଁ ଗଙ୍ଗା କ୍ଷେତ୍ର ସଦୃଶ୍ୟ ଆସ୍ଥା ବହନ କରି ଥାଏ ବହି ଯାଉଥିବା ପାପନାଶିନୀ ଝରଣା ଗାନ୍ଧମାର୍ଦ୍ଧନର ପ୍ରକୃତିକ ପାଦ ଦେଶରେ ଅବସ୍ଥିତ। ଏହି ପବିତ୍ର ପୀଠରେ ମାର୍ଜାରକେଶରୀ ରୂପରେ ପୂଜା ପାଉଛନ୍ତି ପ୍ରଭୂ ଶ୍ରୀ ହରି ବିଷ୍ଣୁ ଏବଂ ଏହି ପୀଠ ପାର୍ଶ୍ୱ ଦେଇ ବହି ଯାଇଛି ଚିରସ୍ରୋତା ଝରଣା ଯାହାକୁ ପାପନାଶିନୀ ଝରଣା ବୋଲି ଲୋକେ କହିଥାନ୍ତି ଲୋକେ ଯେଉଁ ଭଳି ପବିତ୍ର ଗଙ୍ଗା ଜଳରେ ପିତୃ ପୁରୁଷଙ୍କ ଅସ୍ତି ବିସର୍ଜନ କଲେ ତଥା ପିଣ୍ଡ ପ୍ରଭାହ କଲେ ଯେପରି ପିତୃ ଋଣରୁ ମୁକ୍ତି ମିଳେ ଏବଂ ବୁଡ଼ ପକାଇଲେ ସ୍ବଦେହ ପାପ ନାଶ ହେବା ସହ ମାନସିକ ଶାନ୍ତି ମିଳେ ସେହିପରି ନୃସିହନାଥ ପୀଠରେ ଝରଣା ରେ ମଧ୍ୟ ପିଣ୍ଡ ଦାନ କଲେ ତଥା ବୁଡ଼ ପକାଇଲେ ପିତୃ ରୂଣରୁ ମୁକ୍ତି ଏବଂ ପାପ କ୍ଷୟ ହେଉଥିବା ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ରହିଛି ଆସ୍ଥା ଓ ମାନ୍ୟତା ଏଣୁ ଏହାକୁ ପାପନାଶିନୀ ଝରଣା ବା ଗୁପ୍ତ ଗଙ୍ଗା ମଧ୍ୟ କହିଥାନ୍ତି ଲୋକେ । ଆଜି ଏହି ପୀଠରେ ଏହି ଗୁପ୍ତ ଗଙ୍ଗାର ପୂଜ୍ୟ ପୂଜନ ଉତ୍ସବ କରଯାଇଥିଲା । ତେବେ ଗଙ୍ଗା ପୂଜାର ବିଧି ଅନୁଯାଇ ଆଳତି ସହ ମା ଗଙ୍ଗାଙ୍କର ସୃତି ଚାରଣ ମନ୍ତ୍ର ପାଟ ସହ ସଂପନ ହୋଇଥିଲା ଗଙ୍ଗା ଆଳତି। ମନ୍ଦିର ପୂଜକ ମାନଙ୍କ ଦ୍ଵାରା ଏହି ଆଳତି ସଂପନ୍ନ ହୋଇଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ତଥା ଶତାଧିକ ସଂଖ୍ୟାରେ ଭକ୍ତ ଯୋଗ ଦେଇ ଏହି ଗଙ୍ଗା ମହା ଆଳତିର ସାକ୍ଷୀ ହୋଇଥିଲେ ।

Leave A Reply

Your email address will not be published.