ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠାରେ ଚାଲିଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀଙ୍କ ଅବସରରେ ମାଁ ବ୍ରାହ୍ମଣ ଦେବୀଙ୍କ ବାପଘର କୋଳି ସାହି ଯାତ୍ରା କମିଟି ତରଫରୁ ମଙ୍ଗଳବାର ଦିନ ମାଁ ଙ୍କ ସିଂହବାହିନୀ ବେଶରେ ଶତାଧିକ ଭକ୍ତଙ୍କ ଗହଣରେ ଏକ ଚିତ୍ତାକର୍ଷକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଛନ୍ତି ।ସଂଧ୍ୟା ୮ ଘଣ୍ଟା ସମୟରେ ମାଁ ବ୍ରାହ୍ମଣ ଦେବୀଙ୍କୁ ରୀତିନୀତି ଅନୁସାରେ ଅସ୍ଥାୟୀ ମଣ୍ଡପରେ ଆରତୀ ପରେ ମାଁ ଙ୍କୁ ସିଂହ ବାହିନୀ ବେଶରେ ସଜ୍ଜିତ କରାଯାଇଥିଲା ।ପରେ ଘଣ୍ଟ, ମୃଦଙ୍ଗ,ଦୁଲ୍ ଦୁଲି, ବିଭିନ୍ନ ପ୍ରକାର ବେଶ ଭୂଷା ସହିତ ମାଁ ଙ୍କ ପ୍ରଥମ ନଗର ପରିକ୍ରମା ଆରମ୍ଭ ହୋଇଥିଲା ।କୋଳି ସାହି ଠାରୁ କଂସାରୀ ସାହି ଛକ, ଜଗନ୍ନାଥ ପାଟଣା ସାହି ଦେଇ ବଡ ଦାଣ୍ଡରେ ପହଞ୍ଚିଥିଲେ । ସେଠାରେ ବିଭିନ୍ନ ପ୍ରକାରର ଆତସବାଜି,ପାରମ୍ପରିକ ବାଘ ଷଣ୍ଢ,ହନୁମାନ ବେଶ,ଡି.ଜେ,କାଳୀକା ବେଶ
ସହିତ ବିଭିନ୍ନ ପ୍ରକାରର କଳାକାରୀ ପ୍ରଦର୍ଶନ ଶୋଭାଯାତ୍ରାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥିଲା । ବଡ଼ଦାଣ୍ଡଠାରେ ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡ ପରିକ୍ରମା ସମାପ୍ତ କରି ଅସ୍ଥାୟୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ ।ଏହି ଅବସରରେ ଜଗନ୍ନାଥ ପାଟଣା ସାହି ତରଫରୁ ମାଁ’ଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିବା ସହିତ ୧୦୮ ଆରତୀ କରାଯାଇଥିଲା ।ପ୍ରଥମ ନଗର ପରିକ୍ରମା ଥିବାରୁ ସିଂହ ବାହିନୀ ବେଶ ଦେଖିବା ପାଇଁ ବେଲଗୁଣ୍ଠା ବଡ଼ଦାଣ୍ଡରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।
ଆଗାମୀ ଦିନରେ ବିଭିନ୍ନ ସାହି ତରଫରୁ ବିଭିନ୍ନ ପ୍ରକାରର ଆତସବାଜି ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି ଯାହାକି ବେଲଗୁଣ୍ଠା ଠାକୁରାଣୀ ଯାତ୍ରାର ସ୍ୱତନ୍ତ୍ରତା ବୋଲି କୁହାଯାଏ ।
Sign in
Sign in
Recover your password.
A password will be e-mailed to you.