ଆସନ୍ତୁ ଆମ ସହ ଯୋଡି ହୋଇ ନିରୋଗ ରୁହନ୍ତୁ:-ଅଜିତ କୁମାର ସାହୁ

5

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବରିଷ୍ଠ ନାଗରିକଙ୍କ ପ୍ରୟାସରେ ବର୍ତ୍ତମାନର ସମାଜ କିଛି ଶିଖିବା ଉଚିତ।ଦିର୍ଘ ୧୫ ବର୍ଷ ହେବ ଭୋର ୪.୩୦ ମିନିଟରେ ଗୋଟିଏ ସ୍ଥାନରେ ଠୁଳ ହୋଇ ଆରମ୍ଭ କରନ୍ତି ପ୍ରାତଃ ଭ୍ରମଣ।ପ୍ରାୟ ୪ କିଲୋମିଟର ଯିବା ଏବଂ ଆସିବା ସମୟ ପ୍ରାୟ ୧ ଘଣ୍ଟାରେ ଅତିକ୍ରମ କରିଥାନ୍ତି। ଏସମ୍ପର୍କରେ ଆମ ପ୍ରତିନିଧି ୬ ଜଣିଆ ସାଥି ଙ୍କୁ ପଚାରିବାରୁ ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହେବା ସହ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ନିୟନ୍ତ୍ରିତ ହେଉଥିବା ଆମେ ଅନୁଭବ କରୁଛୁ। ଏପରିକି ନିରୋଗ ରହିବା ସାଙ୍ଗକୁ ବାତ ପିତ୍ତ କଫ ନିୟନ୍ତ୍ରଣ ହେଉଛି।ଆମେ ତ ବର୍ତ୍ତମାନ ଫିଟ୍ ଅଛୁ ବୋଲି ମତବ୍ୟକ୍ତ କରିଥିଲେ। ଏହି ଟିମ୍ ଆରମ୍ଭ ହୋଇଥିଲା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସାହୁ ଏବଂ ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ।ପରେ ଭୋଜରାଜ ସାହୁ,ହିମାଦ୍ରୀ ବିହାରୀ ବେହେରା, ଆନନ୍ଦ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ବେହେରା ଯୋଡ଼ି ହୋଇ ନିୟମିତ ପ୍ରାତଃ ଭ୍ରମଣରେ ଯିବା ଆସିବା କରୁଥିବା ଦେଖାଦେଇଛି। ସେମାନେ କହନ୍ତି ଆସନ୍ତୁ ଆମ ସହ ସାମିଲ୍ ହୋଇ ନିରୋଗ ରହନ୍ତୁ।

Leave A Reply

Your email address will not be published.