ପରଲୋକରେ ସଂଗ୍ରାମୀ ଚାଷୀ ନେତା ସଦାନନ୍ଦ ପୁଜାରୀ

5

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ଚାଷୀ ନେତା ତଥ ସୁନାମଧନ୍ୟ ପୁରୋହିତ ଭାବେ ପରିଚିତ ସଦାନନ୍ଦ ପୂଜାରୀ ୭୨ ବର୍ଷ ବୟସରେ ଏକ ଘରୋଇ ନର୍ସିଂହୋମ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ।କିଛି ଦିନ ପୁର୍ବରୁ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେଲା କ୍ଷଣି କଂଗ୍ରେସ ନେତା କିଶୋର ଦଫାଦାର, ଚାଷୀ ନେତା କିଶୋର ଦେବତା, ସାମନ୍ତ ସାହୁ, ସମାଜସେବୀ ଜନାର୍ଦ୍ଦନ ପାଣିଗ୍ରାହୀ, ଜିଲ୍ଲା କୃଷକ ସଂଗଠନ ର ସଦସ୍ୟ ତଥି ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଜେପୁର ବ୍ରାହ୍ମଣ ସମାଜର କର୍ମକର୍ତ୍ତା, ସଭ୍ୟ,ସଭ୍ୟା ପ୍ରମୁଖ ତାଙ୍କ ବାସଭବନକୁ ଆସି ଶେଷ ଦର୍ଶନ କରିବା ସହ, ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।ସ୍ବର୍ଗତ ପୁଜାରୀ ଜଣେ ପରୋପକାରୀ ବ୍ୟକ୍ତି ହେବା ସହ ଜିଲ୍ଲାର ସଂଗ୍ରାମୀ ଚାଷୀ ନେତା ଭାବେ ପରିଚିତ ଥିଲେ ।ପାଣିପାଗ ଭିତ୍ତିକ କୃଷି ବୀମା ଉଚ୍ଛେଦ ପାଇଁ ୨୦୧୧ ମସିହାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦିନ ଆମରଣ ଅନଶନ କରିଥିଲେ ।ପୁଣି ୨୦୧୮ ମସିହାରେ ବରଗଡ଼ ଗାନ୍ଧୀ ଛକଠାରେ ଫସଲବୀମା ପ୍ରଦାନ ନେଇ ତିନି ଦିନ ଆମରଣ ଅନଶନରେ ବସିଥିଲେ ।ଫଳରେ ଏହାର।ସଫଳତା ମଧ୍ୟ ମିଲିଥିଲା । ସ୍ବର୍ଗତ ପୁଜାରୀଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ବିଧାୟକ ସନତ କୁମାର ଗଡତୀୟା ଶୋକ ପ୍ରକାଶ କରିବାସହ ବିଜେପୁର ମାଟିର ଜଣେ ସଂଗ୍ରାମୀ ଚାଷୀନେତା ଥିଲେ ବୋଲି କହିଛନ୍ତି ।ସଙ୍ଗେ ସଙ୍ଗେ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତିି।ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁତ୍ର ବିଶ୍ୱଜିତ ଓ ସତ୍ୟଜିତ,ଝିଅ ମମତା, ଜ୍ୱାଇଁ ବିଜୟଙ୍କ ସହ ନାତିନାତୁଣୀ, ପୁତୁରା, ଝିଆରୀ ଉପସ୍ଥିତ ଥିଲେ। ରାଞ୍ଜ ନଦୀ ଶ୍ମଶାନ ଘାଟରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଯାଇଛି ।ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.