କାଳ ବୈଶାଖୀରେ ରାସ୍ତା ଉପରକୁ ଓଲଟି ପଡ଼ିଲା ଶାଳ ଗଛ; ୪୦ ମିନିଟ୍ ଧରି ରାସ୍ତା ଅବରୋଧ

5

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ଅପରାହ୍ଣରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଭଞ୍ଜନଗରରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଉପରେ ଏକ ବିରାଟ ଶାଳ ଗଛ ଓଲଟି ପଡ଼ିବା ଯୋଗୁଁ ଦୀର୍ଘ ଚାଳିଶି ମିନଟ୍ ଧରି ରାସ୍ତା ଅବରୋଧ ହେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା I ସୁଚନା ପ୍ରକାରେ ଆଜି ଅପରାହ୍ଣ ୪ ଘଣ୍ଟା ୪୫ ମିନିଟ୍ ରୁ ୫ ଘଣ୍ଟା ମଧ୍ୟରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଭଞ୍ଜନଗର-ବ୍ରହ୍ମପୁର ରାଜପଥରେ କଣ୍ଟେଇପଲ୍ଲୀ ଏବଂ ଷଡ଼ଙ୍ଗୀପଲ୍ଲୀ ମଝିରେ ରାସ୍ତା ଉପରକୁ ଏକ ବିରାଟ ଶାଳ ଗଛ ଓଲଟି ପଡ଼ିବା ସହ କିଛି ଛୋଟ ଛୋଟ ଗଛ ମଧ୍ୟ ଭାଙ୍ଗି ପଡ଼ିଥିଲା I ଫଳରେ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯାଇଥିଲା I ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଆସି ଗଛ ଗୁଡ଼ିକୁ କାଟି ଜେସିବି ସାହାଯ୍ୟରେ ସଫା କରିବା ପରେ ସନ୍ଧ୍ୟା ଛଅଟାରେ ଯାତାୟତ ସ୍ଵାଭାବିକ ହୋଇଥିଲା I

Leave A Reply

Your email address will not be published.