ଭଞ୍ଜନଗର ପୋଲିସ ପଞ୍ଜାରେ ମାଁ ବ୍ୟାଘ୍ରଦେବୀ ଙ୍କ ଅଳଙ୍କାର ଚୋର !

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଶହ ଶହ ବର୍ଷ ର ବହୁ ପୁରାତନ ଓ ଲକ୍ଷ ଲକ୍ଷ ଜନସାଧାରଣ ଙ୍କ ଆସ୍ଥା ଓ ବିଶ୍ଵାସର ଦେବୀ କୁଲାଡ ଗ୍ରାମର ମାଁ ବ୍ୟାଘ୍ର ଦେବୀ ମନ୍ଦିର ରୁ ମାଁ ଙ୍କ ଦେହରୁ ସର୍ବଶ୍ଵ ଅଳଙ୍କାର ଲୁଟି ନେଇଥିବା ଅପରାଧି ମାନେ ଆଜି ଭଞ୍ଜନଗର ପୋଲିସ ପଞ୍ଜାରେ। ଏହି ମନ୍ଦିର ଅଳଙ୍କାର ଚୋରି ଘଟଣାରେ ପୋଲିସ୍ ଅନେକ ଅପରାଧି କୁ ଗିରଫ୍ କରି ଥାନା ପରିସରରେ ଆଜି ମେ ମାସ ୫ ତାରିଖ ସୋମବାର ସଂଧ୍ୟା ୪:୩୦ ରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧାର ଅଳଙ୍କାର ସାମଗ୍ରୀ ଓ ଅପରାଧି ମାନଙ୍କ ଅପରାଧ ର କାରନାମା ଵିଷୟର କହିଥିଲେ।

ଭଞ୍ଜ ବଂଶୀୟ ରାଜାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଓ ଭଞ୍ଜ ରାଜା ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ୟାଘ୍ର ଦେବୀଙ୍କ ମନ୍ଦିର ରୁ ଗତ ମାସ ୨୫ ତାରିଖରେ ମା ଙ୍କ ସୁନା ରୁପା ଅଳଙ୍କାର ଚୋରୀ ହୋଇଥିଲା। ସୂଚନାଯୋଗ୍ୟ ଯେ , ରାତିରେ ମାଁ ଙ୍କ ପୂଜା ସରିବା ପରେ ପୂଜାରୀ ତାଲା ପକାଇ ଘରକୁ ଯାଇଥିଲେ । କିନ୍ତୁ ସକାଳ ୬ ଟାରେ ଯେତେବେଳେ ମନ୍ଦିର କୁ ଆସି ଥିଲେ ସେତେବେଳେ ମନ୍ଦିର ତାଲା ଭାଙ୍ଗା ଥିବା ଦେଖବାକୁ ପାଇଥିଲେ,ପରେ ସେ ମନ୍ଦିର ପରିଚାଳନା କମିଟି ଓ ପରେ ପୋଲିସ କୁ ଜଣାଇଥିଲେ। ମନ୍ଦିର ତାଲା ଭାଙ୍ଗିବା ପରେ ଚୋର ମାନେ ମନ୍ଦିର ର ସି ସି ଟିଭି ରେ କପଡା ଘୋଡାଇ ଦେଇଥିଲେ ଓ ପରେ ମା ଙ୍କ ରୁପା ଆଖି ଓ ଜିଭ କୁ ଛାଡି ସବୁ ସୁନା ରୁପା ଅଳଙ୍କାର ଚୋରୀ କରି ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଚୋରି ପରେ ଭକ୍ତ ମାନଙ୍କ ମଧ୍ୟରେ ଏକ ଅବଶୋଷ ଦେଖିବାକୁ ମିଳିଥିଲା,କାରଣ ଏହି ମନ୍ଦିର ରେ ଲୋକଙ୍କ ଆସ୍ଥା ଓ ବିଶ୍ଵାସ ରହିଛି।ପୂର୍ବରୁ ଭଞ୍ଜନଗର ଓ ଆଖପାଖ ଗ୍ରାମ ମନ୍ଦିର ରୁ ଚୋରୀ ହୋଇଥିଲା ସେଥିରୁ କିଛି ମନ୍ଦିର ରୁ ଚୋରି ସାମଗ୍ରୀ ଭଞ୍ଜନଗର ପୋଲିସ ଦ୍ୱାରା ଉଦ୍ଧାର ହୋଇଥିଲା। କିନ୍ତୁ ଏହି ଚୋରୀ ଘଟଣା ପରେ ପୋଲିସ ର ମୁଣ୍ଡ ବିନ୍ଧା ର କାରଣ ହୋଇଥିଲା। କିନ୍ତୁ ଭଞ୍ଜନଗର ପୋଲିସ ଦ୍ୱାରା ସ୍ୱତନ୍ତ୍ର ଟିମ୍ ତିଆରି କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ଓ ଆଜି ଚୋରୀ ସାମଗ୍ରୀ ସହ ଚାରି ଜଣ ଚୋର ଙ୍କୁ ଗିରଫ କରାଯାଇଥିବା ପ୍ରକାଶ ।ଚୋର ମାନଙ୍କ ଠାରୁ ସୁନା ତିଳକ ଓ ରୁପାର ଆଖି ,ଭୃଲତା ସବୁ ଉଦ୍ଧାର ହୋଇଥିଲା। ଏସବୁ ଚୋରୀ ସାମଗ୍ରୀ କୁ କୁଲାଡ଼ ନିକଟ କାଜୁ ଜଙ୍ଗଲ ରେ ଲୁଚାଇ ରଖି ଥିଲେ। ଏହି ଚୋରି ଘଟଣା ରେ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ଭଞ୍ଜନଗର ପୋଲିସ ଏସ୍ଡିପିଓ ଆଜିର ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

Leave A Reply

Your email address will not be published.