ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

5

ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ। – ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ପଞ୍ଚାୟତ ନିକଟ ଝାରବେଡା ଖେଳ ପଡିଆରେ ସୀମାନ୍ତ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଦିବାରାତ୍ର ମ୍ୟାଚକୁ, ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ। ସେହିପରି ମୋଟ 16ଗୋଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟାୟ କ୍ରମେ ଦଳଗୁଡିକ ମଧ୍ୟରେ ମ୍ୟାଚ ହେବାପରେ, ଉତ୍ତମ- 11 ବୁଡ଼ାମରା ଦଳ ବିଜୟୀ ହୋଇଥିଲା। ସେହିପରି ଜିଏମ -11 ରାଜାଲୋକା ରନର୍ସଅପ ହେବାର ସୁଯୋଗ ହୋଇଥିଲା। ତେବେ ବିଭିନ୍ନ ଜିଲ୍ଲା ଏବଂ ଆଞ୍ଚଳିକ ଦଳ ଗୁଡିକୁ ନେଇ ଏହି ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ହୋଇଥିବା ବେଳେ ଶତାଧିକ ଦର୍ଶକ ମ୍ୟାଚକୁ ଉପଭୋଗ କରିଥିଲେ। ସେହିପରି ଚୌକା ଓ ଛକ୍କା ତାଳେ ତାଳେ ଚିଅର ଗାର୍ଲସଙ୍କ ନୃତ୍ୟ ଲୋକଙ୍କ ଦୃଷ୍ଟି ଆକାର୍ଶଣ କରିଥିଲା। ପରିଶେଷରେ ବିଜେତା ଓ ରନର୍ସଅପ ଟିମକୁ ଟ୍ରଫି ସହିତ ପ୍ରଥମ ପୁରସ୍କାର ରାଶି ଭାବେ 22000 ଏବଂ ଦ୍ଵିତୀୟ ପୁରସ୍କାର ଭାବେ 17000 ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଛି। 

Leave A Reply

Your email address will not be published.