ସମାଜସେବୀ ଗଣପତି ନାୟକଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭା; ଯୋଗ ଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

5

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ନୂଆଁପଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ଗଣପତି ନାୟକଙ୍କ ଦ୍ୱାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି I ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ଵର୍ଗତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ପଣ୍ଡା, ପୂର୍ବତନ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ,କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ, ପୂର୍ବତନ ନେଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ନେଟେଙ୍ଗା ମଣ୍ଡଳ ଆଳୀୟ ଖଣ୍ଡାୟତ ସମାଜ ସଭାପତି ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଆସିକା ଅଞ୍ଚଳର ବିଶିଷ୍ଟ ସମାଜସେବୀ ମୁନା ମହାନ୍ତି, ଶିକ୍ଷାବିତ୍ ନିରଞ୍ଜନ ନାୟକ, ରାମକୃଷ୍ଣ ପାତ୍ର, ଯୁବ ସମାଜସେବୀ ହରିବନ୍ଧୁ ଲେଙ୍କା, ସୁରେନ୍ଦ୍ର ଦାସ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସମ୍ପାଦକ ଅଶ୍ୱିନୀ ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି, କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ବରିଷ୍ଠ ଆଇନଜୀବୀ ତଥା ଘୁମୁସର ଜିଲ୍ଳା ଆନ୍ଦୋଳନର ମୁଖ୍ୟ ପୁରୋଧା ସୋମନାଥ ନାୟକ,ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କା, ଆଇନଜୀବୀ ସନ୍ତୋଷ ସ୍ୱାଇଁ, ଆସ୍କା ସେଣ୍ଟ୍ରାଲ କୋପରିଟି ବ୍ୟାଙ୍କ ନିର୍ଦେଶକ ସୁମନ୍ତ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ I ସ୍ଵର୍ଗତ ଗଣପତିଙ୍କ ପୁଅ ତଥା କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ବଡ଼ପୁଅ କେଦାର ନାଥ ନାୟକ, ବିପିନ ବିହାରୀ ନାୟକ, ଭାଇ ରବୀନ୍ଦ୍ର କୁମାର ନାୟକ , ଝିଅ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ତିନି ହଜାରରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ରହି ସ୍ଵର୍ଗତ ନାୟକଙ୍କ ଗୁଣଗାନ କରିଥିଲେ I

Leave A Reply

Your email address will not be published.