ବାସୁଦେବପୁର – ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ପାରା ସରକାରୀ ବିଦ୍ୟାଳୟ ପରିସର ରେ ଆମ ଗାଁ ଆମ ସାହିତ୍ୟ ପରିଷଦ ଆନୁକୁଲ୍ୟା ରେ ଏକ ସାହିତ୍ୟ ଆସର୍ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ର ସହ ସମ୍ପାଦକ ରାମ ଚନ୍ଦ୍ର ନାୟକ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଅତିଥି ଭାବେ ଶିକ୍ଷାବିତ୍ ତଥା ସାହିତ୍ୟକ ବିଷ୍ଣୁ ଚରଣ ଦାସ ଯୋଗ ଦେଇଥିଲେ। ସଭାପତି ଉଗ୍ରସେନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓ ସମ୍ପାଦକ ଯଶୋବନ୍ତ ନାରାୟଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ କବିତା ପାଠ ସହ କଣ୍ଠ ଶିଳ୍ପୀ କୈଳାଶ ମଲ୍ଲିକ, ବିମ୍ବାଧର ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଧନ୍ୟବାଦ୍ ରଂଜିତ ବେହେରା ପ୍ରଦାନ କରିଥିଲେ। ଶିଶିର ବେହେରା, ବସନ୍ତ ରଣା, ବିଶ୍ଵନାଥ ଦାସ, ମଣିଭଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post