ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତୀ ପାଳିତ ।

5

ଭବାନୀପାଟଣା : ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଙ୍କ ଜୟନ୍ତୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି ଙ୍କ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଅତିଥି ମାନଙ୍କ ଦ୍ଵାର କବି ଜୟଦେବ ଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା, ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ କବି ଜୟଦେବ ଙ୍କ ସ୍ମୃତି ଚାରଣ ସଭା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଜୟଶଙ୍କର ନାୟକ, ଶିକ୍ଷାବିତ୍ ଲିଙ୍ଗରାଜ ମିଶ୍ର, ଡଃ ଉମେଶଚନ୍ଦ୍ର ଶତପଥି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାର ରଞ୍ଜନ ପଣ୍ଡା,ଅଧ୍ୟାପିକା ଡଃ. ପଳିଶ୍ରୀ ପଟ୍ଟନାୟକ, ଅଧ୍ୟାପକ ଡଃ. ତପନ କୁମାର ରଥ,ଅଧ୍ୟାପକ ପରମେଶ୍ଵର ମୁଣ୍ଡ,କଳ୍ପନା ରଥ,ବିରଞ୍ଚି ନାରାୟଣ ମୁଣ୍ଡ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପଶିଙ୍ଗ ରାଉତ ଯୋଗଦେଇ କବି ଶ୍ରୀ ଜୟଦେବ ଙ୍କ ଜୀବନୀ ଏବଂ ତାଙ୍କ ଦ୍ଵାରା ରଚିତ ଗୀତା ଗୋବିନ୍ଦ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କବି, ସାହିତ୍ୟିକ,ବରିଷ୍ଟ ନାଗରିକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲା ସଂସ୍କୃତି ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.