ଅବ୍ୟବସ୍ଥା ଘେରରେ ଏକତା ନଗର ଅଞ୍ଚଳ, ଅପରାଧୀଙ୍କ ଚରାଭୂଇଁ

5

ସୁନ୍ଦରଗଡ଼:-ପୌରାଞ୍ଚଳର 15 ନଂ ୱାର୍ଡ ଡେଙ୍ଗିଭାଡ଼ି ଓ ନୂତନ ଭାବେ ନିର୍ମାଣ ହଉଥିବା ଏକତା ନଗର ଅଞ୍ଚଳ ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି, ନୂତନ ଭାବେ ଏକତା ନଗର ଅଞ୍ଚଳରେ ଘର ଆରମ୍ଭ କରିଥିବା କଲୋନୀବାସୀ ବିଭିନ୍ନ ଅସୁବିଧାରେ ରହୁଥିବା ଦେଖିବାକୁ ମିଳିଛି, ପୌରପାଳିକା ତରଫରୁ ନା ରାସ୍ତା ଅଛି, ନା ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ରାତିରେ ସମଗ୍ର ଅଞ୍ଚଳ ଅନ୍ଧାରଘେର ଭିତରେ ରହୁଛି, ଡେଙ୍ଗୀଭାଡି -ଏକତା ନଗରକୁ ସଂଲଗ୍ନ କରୁଥିବା ରାସ୍ତା ଉପରେ ରୀତିମତ କିଛି ଠିକାଦାର ବାଲି, ଘର ନିର୍ମାଣ ଜିନିଷ ପକେଇ ଦଉଥିବାରୁ ରାସ୍ତା ଟି ସଂକୀର୍ଣ୍ଣ ହେଇଯାଉଥିବା ଯୋଗୁଁ କଲୋନୀବାସୀ ଯିବା ଆସିବାରେ ବିଭିନ୍ନ ଅସୁବିଧା ଭୋଗ କରୁଛନ୍ତି, ରାତିରେ ଅନ୍ଧାର ର ସୁଯୋଗ ନେଇ କେତେକ ଅସାମାଜିକ ତତ୍ତ୍ୱ ପ୍ରତିଦିନ ଏଠାରେ ଆଡ୍ଡା ଜମାଉଥିବା ଏପରିକି ବିଭିନ୍ନ ମାଦକ ଦ୍ରବ୍ୟ ବ୍ୟବହାର ହଉଥିବା ଦେଖିବାକୁ ମିଳିଛି, ଏହି ସ୍ଥାନକୁ କେବେବି ପୋଲିସ ପେଟ୍ରୋଲିଂ ଗାଡି ଆସି ପାରୁନଥିବାରୁ ଅପରାଧୀଙ୍କ ଭୂସ୍ବର୍ଗ ପାଲଟି ଯାଇଛି, ରାସ୍ତା, ଷ୍ଟ୍ରିଟ ଲାଇଟ ଅଞ୍ଚଳବାସୀଙ୍କ ପାଇଁ ଏକ ଦିବାସପ୍ନ ପାଲଟି ଯାଇଥିବା ବେଳେ ସେମାନେ କିପରି ଏହି ଅଞ୍ଚଳରେ ସୁରକ୍ଷିତ ରହିବେ ତାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇ ଯାଇଥିବା ବେଳେ, ଏ ସବୁ ମୌଳିକ ସୁବିଧା କିପରି ପୌରପାଳିକା ଠାରୁ ପାଇବେ ସେନେଇ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି

Leave A Reply

Your email address will not be published.