ମୁଣ୍ଡରେ ଆଡ଼ବେଷ୍ଟର ପଡ଼ି ବୃଦ୍ଧା ମୃତ

6

ବିଜେପୁର :-କାଳବୈଶାଖୀ ପ୍ରଭାବରେ ବରଗଡ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ବାଉଁଶପାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ନୀଲା ମହାପାତ୍ର(୬୪) ମିଲିଥିବା ସୁ ଚନା ଅନୁସାରେ ଗତକାଲି ରାତିରେ ରାତିରେ ପ୍ରବଳ ଘୂର୍ଣ୍ଣିଝଡ ହୋଇଥିଲା। ଫଳରେ ରେ ଗଛଲତା ଭାଙ୍ଗି ପଡିବା ସହ ଅନେକ ଘରର ଆଡ଼ବେଷ୍ଟର ମଧ୍ଯ ଉଡିଯାଇଥିଲା। ଏହି ସମୟରେ ନିଜ ଘର ବାରଣ୍ଡାରେ ବାସନ ସଫା କରୁଥିବା ବେଳେ ହଠାତ ଏକ ଆଡ଼ବେଷ୍ଟର ଖଣ୍ଡ ଉଡିଆସି ମୁଣ୍ଡରେ ଆଘାତରେ ନିଲା ଚେତାଶୁ ଶୁନ୍ୟ ହୋଇ ପଡ଼ି ଥିଲେ। ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବିହେଉଛି। ଏନେଇ ବିଜେପୁର ଆଇଆଇସି ସୁଶାନ୍ତମଣି ମହାନ୍ତିଙ୍କୁ ପଚାରିବାରୁ ଥାନାରେ ଘଟଣାର ରିପୋର୍ଟ ହୋଇନଥିବା କହିଛନ୍ତି ।

Leave A Reply

Your email address will not be published.