ଜଗତସିଂହପୁର,ତା-୩୦.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚିନ, ଐତିହ୍ୟ, ପରମ୍ପରା ସମ୍ପନ୍ନ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଜ଼ିଲ୍ଲାପାଳ ତଥା ଠାକୁରରାଜା ଶ୍ରୀ ଜେ ସୋନାଲ ଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି ଉପଲକ୍ଷେ ପୂର୍ବାହ୍ନ ରେ ସେବାୟତ, ବିଶ୍ୱକର୍ମା, ସଂକୀର୍ତନ ମଣ୍ଡଳୀ ଏକ ଶୋଭାଯାତ୍ରା ରେ ଜ଼ିଲ୍ଲାପାଳ ତଥା ଠାକୁର ରାଜା ଙ୍କ ଆବାସିକ କାର୍ଯାଳୟ ରେ ପହଂଚିବା ପରେ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲାପାଳ ତଥା ଠାକୁରରାଜା ଙ୍କ ପୂଜାକର୍ମ ପରେ ଠାକୁର ରାଜା ଜ଼ିଲ୍ଲାପାଳ ଜେ ସୋନାଲ ବିଶ୍ଵକର୍ମା ସତ୍ୟବାଦୀ ମହାରଣା, ବଟକୃଷ୍ଣ ମହାରଣା, ନଟବର ମହାରଣା ଆଦି ଙ୍କୁ ରଥ କାର୍ଯ୍ୟ ର ଶୁଭାରମ୍ଭ ନିମନ୍ତେ ଆଜ୍ଞାମାଳ ଉପଢୌକନ ଅର୍ପଣ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ , ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣୀ ପ୍ରତିଚୀ ତନୟା ମହାନ୍ତି , ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ,ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସଭ୍ୟ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ ,ସୁର ପ୍ରସାଦ ନାୟକ, ସାରଦା ଚରଣ ବେହେରା, ନାରାୟଣ ଦାସ, କାଳନ୍ଦୀ ରାଉତ, ଲକ୍ଷ୍ମୀଧର ପରିଡା, ଙ୍କ ସମେତ ଅଞ୍ଚଳ ର ବୁଦ୍ଧିଜୀବୀ ଜନ ସାଧାରଣ ଯୋଗଦେଇଥିଲେ |
Sign in
Sign in
Recover your password.
A password will be e-mailed to you.
Next Post