ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ କାଶିରାମ ପ୍ରଧାନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗଡତିଆ ଙ୍କ ଅଧ୍ୟକ୍ଷତା ଓ ପୂର୍ବତନ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ଶିବ ନାରାୟଣ ରଣା , ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ ,ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ସାହୁ,ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଯୋଗେନ୍ଦ୍ର ପ୍ରଧାନ ସ୍କୁଲ କମିଟି ପୂର୍ବତନ ଅଧ୍ୟକ୍ଷ ଜୟନ୍ତ ପ୍ରଧାନ,ବରିଷ୍ଠ ଶିକ୍ଷକ ଦିବ୍ୟ କିଶୋର ପଣ୍ଡା, ପଞ୍ଚସଖା ଶିକ୍ଷା ସେତୁ କମିଟି ଅଧ୍ୟକ୍ଷ ଜିତେନ୍ଦ୍ରିୟ ଭୋଇ ,ସୁରେନ୍ଦ୍ର ମୋହନ ପ୍ରଧାନ ,ସଚ୍ଚିଦାନନ୍ଦ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅବସରକାଳୀନ ଶୁଭେଚ୍ଛା ଜ୍ଞାପନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ତ୍ରିପୁରା ଗଡତିଆ,ମନୋଜ ସାହୁ, ପ୍ରଦୀପ ସାହୁ ,ମିଶ୍ର ପାଣ୍ଡେ,ମହାଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରିୟ ହିନ୍ଦୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ର ଉତ୍ତର ରେ ଶ୍ରୀ ପ୍ରଧାନ ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ପାଇଁ ମାଗଣା ଓ ନିରନ୍ତର ପାଠ୍ୟ ଦାନ ସେବା ଯୋଗାଇବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଜାରିଂ ର ଶତାଧିକ ଗ୍ରାମବାସୀ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ନିଜ ଗ୍ରାମ ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ବୋରୋଦା ଗ୍ରାମ ପର୍ଯ୍ୟନ୍ତ ଯାଇ ବିଦାୟ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.