ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ତାଲୁକ ଆଇନ୍ ସେବା ପ୍ରାଧିକରଣ ଓଡ଼ଗାଁର ମିଳିତ ଆନୁକୁଲ୍ୟରେ ଓଡ଼ଗାଁ ଫୈଜଦାରୀ ଓ ଦେଓ୍ବାନି ଅଦାଲତ ପରିସରେ ନୂତନ ମନୋନୀତ ସ୍ବେଚ୍ଛାସେବକଙ୍କ ନିମନ୍ତେ ଆଇନ୍ ଅଧିକାରୀ ମିତ୍ର ତାଲିମ ଶିବିର ଏବଂ ଯୈାନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାନସ ରଞ୍ଜନ ରଥ, ଅଧ୍ୟକ୍ଷ ତାଲୁକ ଲିଗାଲ କମିଟି ଓଡ଼ଗାଁ, ଅଞ୍ଜଳି ମଚ୍ଛଖଣ୍ଡ ସେକ୍ରେଟାରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୟାଗଡ଼, ଜନ୍ମେଜୟ ଦାସ ସବଜଜ୍ ଓଡ଼ଗାଁ, ହରମୋହନ ଦାଶ ବରିଷ୍ଠ ଜେଏମ ଏଫ୍ ସି, ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ଯୈାନଶୋଷଣ ନିରୋଧ ଆଇନ, ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଥିବା ନିଶୁଳ୍କ ଆଇନସେବା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେହିପରି ବରିଷ୍ଠ ଆଇନଜୀବି ଗୋବିନ୍ଦ ଚନ୍ଦ୍ର ସାହୁ ମୋଟରଜାନ ଓ ଶିକ୍ଷାଧିକାର ଆଇନ୍ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏପିପି ଇନ୍ଦୁଭୁଷଣ ମିଶ୍ର, ବାର ଆସୋସିଏସନ ସଭାପତି ପୂର୍ଣଚନ୍ଦ୍ର ସାହୁ, ବରିଷ୍ଠ ଆଇନିଜିବୀ ପବିତ୍ର ମୋହନ ସାହୁ, ସୋହମ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ପିରାମଲ ସଙ୍ଗଠନର ପ୍ରତିଷ୍ଠାତା ଅମନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଅଂଶଗ୍ରହଣ କରିଥିବା ବେଳେ ୧୯ ଜଣ ଆଇନ୍ ଅଧିକାର ମିତ୍ରଙ୍କୁ କେଉଁ ବର୍ଗର ବ୍ୟକ୍ତି ନିଶୁଳ୍କ ଆଇନସେବା ପାଇବା ପାଇଁ ଯୋଗ୍ୟ ସେ ସମ୍ପର୍କରେ ଅବଗତ କରାଇଥିଲେ । ଆଇନ୍ ସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ କେଉଁଠି କିପରି ଆଇନସେବା ପାଇପାରିବେ ଏବଂ ଲୋକ ଅଦାଲତ ଓ ସ୍ଥାୟୀ ଲୋକ ଅଦାଲତ କଣ ଏବଂ ଧାରା ୨୨(ଖ) ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post