ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ ଅଦାଲତର ବାର ଆସୋସିଏସନ୍ ସଭାଗୃହରେ ସଭାପତି ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ମଧୁବାବୁଙ୍କ ଜୟନ୍ତୀ ଏବଂ ଆଇନ ଦିବସ ପାଳିତ ହୋଇଯାଇଛି । ଓଡ଼ଗାଁ ଅଦାଲତର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାନସ ରଞ୍ଜନ ରଥ, ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ହରମୋହନ ଦାଶ, ବରିଷ୍ଠ ଆଇନଜୀବି ଗୋବିନ୍ଦ ସାହୁ, ଇନ୍ଦୁ ଭୂଷଣ ମିଶ୍ର, ଆଇନଜୀବି ପବିତ୍ର ମୋହନ ସାହୁଙ୍କ ସହିତ ଓଡ଼ଗାଁ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହାପାତ୍ର ପ୍ରମୁଖ ଭାରତର ସ୍ବାଧୀନତା ସଂଗ୍ରାମ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଏଥିସହିତ ଓଡ଼ଗାଁ ଅଦାଲତର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାନସ ରଞ୍ଜନ ରଥଙ୍କ ବରଗଡ଼ ଫାମିଲ କୋର୍ଟକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରି ପୀଡିତ ମାନଙ୍କୁ ନ୍ୟାୟ ପ୍ରଦାନ କରିଥିବା କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ଗାଁ ଅଧିବକ୍ତା ସଂଘର ସଭ୍ୟମାନେ ଶ୍ରୀରଘୁନାଥ ଜୀଉଙ୍କ ଫଟୋଚିତ୍ର, ଉପଢ଼ୌକନ ପ୍ରଦାନ ପୂର୍ବକ ଶ୍ରୀଯୁକ୍ତ ରଥଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଅର୍ପଣ କରିଥିଲେ। ବାର ଆସୋସିଏସନ୍ ସମ୍ପାଦକ ବଟକୃଷ୍ଣ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମସ୍ତ ଆଇନଜୀବି ମାନେ ଏଥିରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.