ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ଜଣେ ଠିକାଦାର ଚଞ୍ଚକତାର ସହ ଯୋଗାଡ଼ କରିଥିବା ରାସନ୍ କାର୍ଡ ମାଧ୍ୟମରେ ପ୍ରତି ମାସରେ ରାସନ୍ ସାମଗ୍ରୀ ପାଇବା ସହିତ ସ୍ବାସ୍ଥ୍ୟ ଚିକିତ୍ସା ସୁବିଧା ହାସଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଅତିରିକ୍ତ ଭାବେ ୭୫ ହଜାର ଟଙ୍କା ନେଇଥିବା ସମ୍ପର୍କରେ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ ଓଡ଼ଗାଁ ବିଡିଓଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ତଦନ୍ତ କରାଯାଇ ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ ବିଡିଓ ଜିତେନ୍ଦ୍ର କୁମାର ନାୟକ ଏବଂ ବ୍ଲକ ଯୋଗାଣ ଅଧିକାରୀ ମଳୟ କୁମାର ମେହେର ଅଯୋଗ୍ୟ ହିତାଧୀକାରୀ ଦର୍ଶାଇ କୁରାଳ ଗ୍ରାମର ବଦ୍ରିନାଥ ପାତ୍ରଙ୍କ ନାମରେ ଥିବା ରାସନକାର୍ଡକୁ ରଦ୍ଦ କରିଛନ୍ତି । ରାସନ କାର୍ଡ ଦୁର୍ନୀତି ସାଙ୍ଗକୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଜଣେ ଠିକାଦାର ବେଆଇନ ଭାବେ ଚିକିତ୍ସା କରିବା ସହିତ ଅତିରିକ୍ତ ଚିକିତ୍ସା ପାଇଁ ସିଏମ ରିଲିଫ ଫଣ୍ଡରୁ ଅନୁଦାନ ହାତେଇବା ଘଟଣାର ପର୍ଦାଫାଶ ହୋଇଛି । ଏହି ଘଟଣା ଜଣା ପଡିଵା ପରେ ବ୍ଲକ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକଙ୍କ ତଦନ୍ତ ଓ ନିର୍ଦେଶ ପରେ ସମ୍ପୃକ୍ତ ଠିକାଦାରଙ୍କ ରାସନ କାର୍ଡକୁ ରଦ୍ଦ କରାଯାଇଥିବା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଦ୍ରି ପାତ୍ର ଜଣେ ଠିକାଦାର। ଠିକାଦାରୀ ଲାଇସେନ୍ସ ସହିତ ଚାରି ଚକିଆ ଗାଡି, ଜେସିବି ମେସିନ ରହିଥିବା ବେଳେ ଦୁଇ ମହଲା ବିଶିଷ୍ଟ କୋଠାଘର ରହିଛି। ଏପରିସ୍ଥଳେ ସେ ଦୀର୍ଘଦିନ ଧରି ବେଆଇନ ଭାବେ ରାସନ କାର୍ଡ ହାତେଇ ରାସନ ସୁବିଧା ପାଉଥିଲେ। ସମସ୍ତ ସରକାରୀ ନିୟମକୁ ଉଲ୍ଲଂଘନ କରି ବର୍ଷ ବର୍ଷ ଧରି ନିଜ ଓ ନିଜ ପରିବାରର ୩ ସଦସ୍ୟଙ୍କ ପାଇଁ ଲକ୍ଷାଧିକ ଟଙ୍କାର ସୁବିଧା ହାସଲ କରିଛନ୍ତି। ନିଜକୁ ଗରିବ ବୋଲି ଦର୍ଶାଇ ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡରୁ ୧୭ ମାର୍ଚ୍ଚ ୨୦୨୪ରେ ୭୫ ହଜାର ଅନୁଦାନ ହାତେଇଥିବା ଜଣାପଡ଼ିଥିଲା । ଏ ସମ୍ପର୍କିତ ତଥ୍ୟରୁ ପ୍ରମାଣ ମିଳିବା ପରେ ଓଡ଼ଗାଁ ବିଡିଓ ନାୟକ ଉକ୍ତ ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ କରିବା ପରେ ବଦ୍ରିନାଥ ପାତ୍ରଙ୍କ ୨୪୦୭୧୫୧୩୨୯୬ ନମ୍ବର ବିଶିଷ୍ଟ ରାସନକାର୍ଡକୁ ସୋମବାର ରଦ୍ଦ କରିଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.