ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମନ୍ଦିରମାଳିନୀ ଗ୍ରାମ କୁରାଳ ବେଙ୍ଗେଇସାହିରେ ବୁଧବାର ହନୁମାନ ଜିଉଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏନେଇ ମଙ୍ଗଳବାର ଦିନ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ କୁସୁମିନଦୀରୁ ସୁଦ୍ଧପୁତ ଭାବେ ମହିଳାମାନେ କଳସରେ ଜଳସଂଗ୍ରହ କରି ପତାକା, ଖୋଳ, ତାଳ, ହରିବୋଲ ହୁଳହୁଳିର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟରେ ପହଁଞ୍ଚି ଥିଲେ । ବୁଧବାର ଶ୍ରୀ ହନୁମାନ ମହାରାଜାଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସହିତ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ଗୁରୁବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ହନୁମାନ ଜନ୍ମ ନାଟକ ପରିବେଷଣ ହେବ। ଉତ୍ସବରେ ପୁରୀ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର ଏବଂ ନୟାଗଡ ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗଦେଇ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ସାଂସଦ ଡ.ପାତ୍ର ଓ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ପହଞ୍ଚିବା ପରେ ବାଜାବାଣ ମାଧ୍ୟମରେ ତାଙ୍କୁ ପାଛୋଟି ନେଇଥିଲେ । ଏବଂ ଉଭୟ ମନ୍ଦିରର ଉର୍ଣ୍ଣତି ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବେଙ୍ଗେଇସାହି ଯୁବଗୋଷ୍ଠୀ କାର୍ଯ୍ୟକ୍ରମକୁ ସୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post