ମହିଳା ସ୍ନାତକ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସଫଳତା

5

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ନାତକ ୨୦୨୪-୨୫ ଶିକ୍ଷା ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ମହିଳା ସ୍ନାତକ ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗର ଦୁଇଜଣ ଛାତ୍ରୀ ସୁଶ୍ରୀ ସୋନାଲି କାର୍ଜୀ ଚତୁର୍ଥ ସ୍ଥାନ ପାଇଥିବା ବେଳେ ସୁଶ୍ରୀ ସୁନିତା ପ୍ରଧାନ ଶ୍ରେଷ୍ଠ ଦଶ ତାଲିକାରେ ସ୍ଥାନ ପାଇ ମହାବିଦ୍ୟାଳୟର ଗୌରବ ବଢାଇବାରେ ସହାୟ ହୋଇଛନ୍ତି।
ଅନୁଷ୍ଠାନର ଅଧ୍ୟକ୍ଷା ଡ଼.ରୀନା ସାହୁ ଦ୍ବୟକୁ ସମ୍ବର୍ଦ୍ଧନା କରାଯାଇ ସେମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଗୃହବିଜ୍ଞାନର ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଛାତ୍ରୀଦ୍ଯୟଙ୍କ ସଫଳତାରେ ଆନନ୍ଦିତ ହୋଇ ସେମାନଙ୍କ ପରିଶ୍ରମର ଫଳ ପାଇଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି।
ଏହିପରି ଅନୁଷ୍ଠାନର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଛାତ୍ରୀଦ୍ବୟଙ୍କୁ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.