କେଡେ ଅଵିଵେକୀ ବାବୁ : ଲୋକଙ୍କ ଜୀବନ ବଡ ହେଲାନି , ଜିଲ୍ଲାପାଳଙ୍କ ଶୁଣାଣି ବଡ

5
  • ଅଧିକାରୀଙ୍କ ଗାଡ଼ି ଧକ୍କାରେ ପ୍ରାଣ ଗଲା ,  ଶବ ପଡିଛି…ବାବୁ ଚାଲିଗଲେ ଆଉ ଗୋଟେ ଗାଡ଼ିରେ।

  • ସାମାନ୍ୟତମ ମଣିଷପଣିଆ ନାହିଁ ଏସିଏସଓଙ୍କର , ପରିବାର ଲୋକ ଛାତି ପିଟି ପିଟି କାନ୍ଦୁଛନ୍ତି

କେନ୍ଦୁଝର,ଦିଲ୍ଲୀପ ସାହୁ-ତା୨୮/୪- କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ଆଉ ଲୋକ ମରିବା ଏବେ ସାଧାରଣ କଥା ହେଲାଣି, ପ୍ରତିଦିନ ଲୋକେ ଏଠାରେ ଏହିପରି ମରୁଛନ୍ତି ହଜାର ହଜାର ପରିବାର ଉଜୁଡ଼ି ଯାଉଛି। ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସାହାରପଡ଼ା ବ୍ଲକରେ ଥିଲା ତେଣୁ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରକ କିଶୋର ମାରାଣ୍ଡି ଏହି ଶୁଣାଣି କାର୍ଯ୍ୟକ୍ରମକୁ ଯାଉଥିଲେ। ହେଲେ ବାଟରେ ତାଙ୍କ ବୋଲେରୋ ଗାଡ଼ି ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା – ଉଦୟପୁର, ବରବେଡ଼ା ରାସ୍ତାର ଖୁଣ୍ଟପଡ଼ା ପଞ୍ଚାୟତର ଚାତରପାଣି ନିକଟରେ ଧକ୍କା ଦେବାରୁ ଜଣେ ବାଇକ୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଉକ୍ତ ମୃତ ବ୍ୟକ୍ତି ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ଥାନା ଅନ୍ତର୍ଗତ ଘାଗି ଗ୍ରାମର ବିରଞ୍ଚି ବେହେରା(୩୨) ବୋଲି ଜଣାଯାଇଛି। ଏହି ଦୁର୍ଘଟଣା ପରେ ସରକାରୀ ବାବୁ ଡ୍ୟୁଟି କରିବାକୁ ଅନ୍ୟ ଏକ ଗାଡ଼ିରେ ଚାଲି ଯିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ହେଲେ ସରକାରୀ ବାବୁ ବୋଲି ଲୋକେ ଚୁପ୍ ରହିଲେ। ଏଣେ ମୃତକଙ୍କ ପରିବାର ଲୋକେ ଆସି ସେହି ଅଞ୍ଚଳରେ ଛାତି ପିଟି କାନ୍ଦୁ ଥିବାର ହୃଦୟବିଦାରକ ଦୃଶ୍ୟ ଦେଖାଯାଇଥିଲା। ଜିଲ୍ଲାପାଳ ନ୍ୟାୟ ଦେବାକୁ ଜନ ଶୁଣାଣି କଲା ବେଳେ କିପରି ସରକାରୀ ଅଧିକାରୀଙ୍କ ଗାଡ଼ି ଜଣକ ଜୀବନ ନେଲା ଆଉ ବାବୁ ଶବ ପଡ଼ିଛି ଚାଲିଗଲେ ଡ୍ୟୁଟିକୁ | ତେଣୁ ଲୋକେ ଏହାକୁ ଅମାନବିକ କାର୍ଯ୍ୟ କହି ନିନ୍ଦା କରିଛନ୍ତି। ଶବ ଏବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ସେଠାରେ ଉତ୍ତେଜନା ଲାଗି ରହିଥିଲା।

Leave A Reply

Your email address will not be published.