ଖରାରେ ସ୍କୁଲ ଛୁଟିକୁ ଫୁ , କୋଚିଂ କ୍ଲାସରୁ ନାବାଳକ ଆସି ରାସ୍ତା କଡେ କାନ୍ଦିଲା।

5

କେନ୍ଦୁଝର,ତା୨୮/୪- ସରକାର ଘୋଷଣା କଲେ କି ପ୍ରଚଣ୍ଡ ରୌଦ୍ର ତାପ ଲାଗି ସ୍କୁଲ ଛୁଟି ହେଲା। ସରକାରୀ ଘୋଷଣା ପରେ କିଛି ସ୍କୁଲ ଦିନେ ଅଧେ ଗଡ଼େଇ ଛୁଟି କରିବାକୁ ବାଧ୍ୟ ହେଲେ। ହେଲେ କିଛି ସ୍କୁଲ ଏହି ମଉକାରେ ସମର କୋଚିଂ ନାମରେ ଦୁଇ ପଇସା ରୋଜଗାର କରିବାକୁ କ୍ଲାସ ପୁଣି ଆରମ୍ଭ କରିଛନ୍ତି। କେନ୍ଦୁଝର ଗାୟତ୍ରୀ କଲେଜର ଏହିପରି ହଷ୍ଟେଲରେ ରହୁଥିବା ଗୋଟେ ନାବାଳକ ଛାତ୍ର ଏବେ ହତ୍ୟାର ଶିକାର ହୋଇସାରିଛି। ତେବେ ଆଜି ପାଟଣା ବ୍ଲକ ମୁଖ୍ୟାଳୟରେ ରାସ୍ତା କଡ଼ରେ ଥିବା ଏକ ବାରମଜା ଦୋକାନକୁ ଆସି ଏକ ନାବାଳକ ପିଲା କାନ୍ଦୁଥିଲା। ବୁଝିବାରୁ ଜଣାଗଲା କି ଉକ୍ତ ନାବାଳକ ସ୍ଥାନୀୟ ଜାଭିୟର ସ୍କୁଲ ହଷ୍ଟେଲରେ ରହି କୋଚିଂ ନେଉଥିଲା। କୌଣସି କାରଣରୁ ଏହି ଚତୁର୍ଥ ଶ୍ରେଣୀର ୯ ବର୍ଷ ବୟସ୍କ ପିଲା ଭୟଭୀତ ହୋଇ ସେଠାରୁ ପଳାୟନ କରିଥିଲା। କିନ୍ତୁ ଲୋକେ ବୁଝାବୁଝି କରି ପରିଚୟ ସଂଗ୍ରହ କରି ପିଲା ଘରକୁ ଫୋନ୍ କରିବାରୁ ପରିବାର ଲୋକେ ନିଜ ଛୁଆକୁ ଘରକୁ ନେଇଥିଲେ। ସ୍କୁଲ କର୍ତ୍ତୃପକ୍ଷ କିପରି ଛୁଟିରେ କ୍ଲାସ କରୁଛନ୍ତି ପିଲା ହଷ୍ଟେଲରୁ ପଳେଇଲେ ବି ଜାଣି ପାରୁନାହାନ୍ତି ଏଠାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତେ ଦାବି କରିଛନ୍ତି।

Leave A Reply

Your email address will not be published.