କେନ୍ଦୁଝର,ତା୨୭/୪- ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ ହୋଇ ସିରିଏଲ୍ ନଂ ୨୧୨ ରାଙ୍କ ରଖି ସର୍ବ ଭାରତୀୟ ପ୍ରଶାସନିକ ସେବା ଲାଗି ମନୋନୀତ ହୋଇଛନ୍ତି। ତାଙ୍କର ଆଇଏଏସ ପାଇବା ସଫଳତା ନେଇ କେନ୍ଦୁଝର ଜିଲ୍ଲାରେ ଖୁସିର ମାହୋଲ ଖେଳି ଯାଇଛି। ତାଙ୍କ ପରିବାର କେନ୍ଦୁଝର ସହର ମାଇନିଂ ଅଞ୍ଚଳରେ ରହୁଥିବା ଜଣାଯାଇଛି। ବାପା ଅମ୍ବରିଶ ନାୟକ ଏବେ ଭାରତ ସରକାରଙ୍କ ଗଙ୍ଗା ନଦୀ ବନ୍ୟା ପରିଚାଳନା ବିଭାଗର ଚେୟରମ୍ୟାନ୍ ରୂପେ ପାଟଣା,ବିହାର ଠାରେ ଅବସ୍ଥାପିତ ହୋଇଛନ୍ତି ମାଆ ନିଳୀମା ନାୟକ ଗୃହିଣୀ ବୋଲି ଜଣାଯାଏ। ତାଙ୍କର ମୂଳ ଘର ଘଟଗାଁ ବ୍ଲକ୍ ଅନ୍ତର୍ଗତ ସାନ ବରବେଡ଼ା ଗ୍ରାମରେ ବୋଲି ଜଣାଯାଇଛି। ଅନୁପ ପିଲା ବେଳେ ମେଧାବୀ ଛାତ୍ର ଥିଲେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କରି ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ୍ ପାଇ ଲକ୍ଷ୍ନୌରେ କାର୍ଯ୍ୟରତ ଥିଲେ। ଏଥିସହ ସେ ଆଇଏଫ୍ଏସ ମଧ୍ୟ କ୍ଲିୟର କରିଛନ୍ତି। ଭୁବନେଶ୍ୱର ଆରିଆପଲ୍ଲୀରେ ଘର କରି ପରିବାର ରହୁଥିବା ଜଣାଯାଇଛି। ପୂର୍ବତନ ଅବକାରୀ ବିଭାଗ ଅଧିକ୍ଷକ ଧନନ୍ତ୍ୱରୀ ନାୟକ ତାଙ୍କର ଜେଜେ ବାପା ହୋଇଥିବା ବେଳେ ଦମୟନ୍ତୀ ନାୟକ ତାଙ୍କର ଜେଜେ ମାଆ ବୋଲି ଜଣାଯାଇଛି। ନାତିର ସଫଳତା ସେମାନେ ମଧ୍ୟ ଅତି ଖୁସି ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.