ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଡ.ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜନ୍ମଦିନ ପାଳିତ

6

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ). ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଡୁଙ୍ଗୁରିପାଲି ବସଷ୍ଟାଣ୍ଡ ସ୍ଥିତ ଏସି ଏସ୍ଟି ଷ୍ଟଲ୍ ପରିସରରେ ଭାରତରତ୍ନ ସମ୍ବିଧାନ ପ୍ରଣେତା ବାବା ସାହେବ ଡ.ଭୀମରାଓ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ମଞ୍ଚାସିନ ଅତିଥି ଗଣ ପ୍ରଥମେ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଡୁଙ୍ଗୁରିପାଲି ଆମ୍ବେଦକର ସ୍ମୃତି କମିଟି ର ଆବାହକ ଦୀନବନ୍ଧୁ ସୁନା ଙ୍କ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ସଭା ରେ ଲକ୍ଷେଘର ଗଣ୍ଡା ସମାଜ ଡୁଙ୍ଗୁରିପାଲି ବ୍ଲକ ସଭାପତି ନିତେଇ ପାଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଥାନା ଏଏସଆଇ ପ୍ରେମରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିପ୍ରଚରଣସାହୁ ,କନ୍ଦର୍ପ ସାହୁ, ବଦ୍ରିନାରାୟଣ ପାଣ୍ଡିଆ, ହେମନ୍ତ ବିଶ୍ଵାଳ, ବିରେନ୍ଦ୍ର ଦଣ୍ଡସେନା, ବିବେକା ତ୍ରିପାଠୀ, ବିଭୁଦତ୍ତ ବିଶ୍ଵାଳ, ପ୍ରକାଶ କୁମ୍ଭାର ପ୍ରମୂଖ ଯୋଗଦେଇ ଭାରତୀୟ ସମ୍ବିଧାନ ପ୍ରସ୍ତୁତି ରେ ଆମ୍ବେଦକର ଙ୍କ ଅବଦାନ ଓ ଆଭିମୁଖ୍ୟ କୁ ନେଇ ଅତିଥି ଗଣ ଆଲୋଚନା କରିବା ସହ ତାଙ୍କ ଜୀବନୀ ଓ ବିଚାର୍ ଧାରା ଉପରେ ସ୍ମୃତି ଚାରଣ କରିଥିଲେ l ମୁଖ୍ୟ ବକ୍ତା ଭାବରେ କିଶୋର ମେହେର ଯୋଗ ଦେଇଥିଲେ l

ଏହି ସମାରୋହ ରେ ଆଖପାଖ ରୁ ବହୁ ସଂଖ୍ଯା ରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ଲ ଶେଷରେ ସେବା ଫାଉଣ୍ଡେସନ ର କର୍ମକର୍ତ୍ତାଙ୍କୁସମ୍ମାନିତ ଆରିଥିଲେ। ଏଥିରେ କରଯ୍ୟକ୍ରମ ରେ ସରୋଜ ପାଣ୍ଡେ, ପଦ୍ମନାଭ ବାଗ, ମହେଶ୍ୱର ସୁନା, ନୀଳାମ୍ବର ବାଗ, ଦୀନବନ୍ଧୁ ନାଗ, ପବିତ୍ର ହରିପାଳ, ସୁଦର୍ଶନ ସୁନା, ଉଦ୍ଧବ ପଧାନ, ବିଦ୍ୟାଧର ତଣ୍ଡୀ, ରାଜେନ୍ଦ୍ର ସା ଙ୍କ ସମେତ ଶତାଧିକ ଆମ୍ବେଦକର ପ୍ରେମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.