ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ କୁ ଉପଖଣ୍ଡ ମାନ୍ୟତା ଦାବୀ ରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ଯୁବଗୋଷ୍ଠୀ।ଆଜି ଡୁଙ୍ଗୁରିପାଲି ବ୍ଲକ ର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦୁମୁଣ୍ଡା ଠାରେ ଏକ ବୈଠକ ବସି ଉପଖଣ୍ଡ ର ଆବଶ୍ୟକତା ଉପରେ ଆଲୋଚନା କରି ଗ୍ରାମବାସୀଙ୍କ ଠାରୁ ଦସ୍ତଖତ ଅଭିଯାନ ର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଦରମହକୁମା ଠାରୁ ଆମ ବ୍ଲକର ଗ୍ରାମଗୁଡିକ ଏକ ଶହ କିଲୋମିଟର ରେ ଅବସ୍ଥିତ । ବାକି ବ୍ଲକର ଗ୍ରାମ ଗୁଡିକ ସଦର ମହକୁମା ଠାରୁ ଅତିବେଶିରେ ୫୦କି.ମି ଦୂରରେ ଅବସ୍ଥିତ । ଏଠାରୁ ପ୍ରତିଦିନ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯାତୟାତ କରୁଛନ୍ତି ଯାହାକି ଅତି କଷ୍ଟକର ବ୍ୟାପାର ଅଟେ । ଆମ ବ୍ଲକ ପଡୋଶୀ ଜିଲ୍ଲା ଯଥା ବରଗଡ ଏବଂ ବଲାଙ୍ଗୀର ଠାରୁ ମାତ୍ର ୪୦କି.ମି ଦୂରରେ ଅବସ୍ଥିତ କିନ୍ତୁ ଜିଲ୍ଲା ଗଠନ ବେଳେ ସୁବର୍ଣ୍ଣପୁର ଜିଲ୍ଲା ସହିତ ସଂଯୋଗ କରାଗଲା ଯାହାକି ଅତି ଦୁଃଖର ବିଷୟ ଅଟେ । ଏବେ ମୁଖ୍ୟ କାର୍ଯ୍ୟାଳୟ କୁ ଯିବା ଆସିବା ଅତ୍ୟନ୍ତ କାଷ୍ଠ । ଗୋଟିଏ ଦିନରେ କାର୍ଯ୍ୟକରି ଫେରି ହେଉଁ ନାହିଁ । ଡୁଙ୍ଗୁରିପାଲି ଠାରେ ରେଳପଥ ତଥା ଗମନାଗମନ ଚାରିପଟୁ ସୁବିଧା ଯୋଗୁଁ ପଡୋଶୀ ଜିଲ୍ଲାର ରୋଗୀମାନେ ସାଧାରଣତଃ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ।ପରୀତାପର ବିଷୟ ଏଠାରେ ଡାକ୍ତର ସଂଖ୍ୟା ବହୁତ କମ ଅଛି ଏବଂ ରକ୍ତ ପାଇଁ ସୁଦୂର ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ଉପର ସମସ୍ତେ ନିର୍ଭର କରୁଛନ୍ତି । ଉକ୍ତ ଦସ୍ତଖତ ଅଭିଯାନ ରେ ପ୍ରଫୁଲ୍ଲ ବାରିକ ,ଯଦୁମଣି କୁଦେଇ, ଜୈମିନୀ ସାହୁ ଉମାକାନ୍ତ ସାହୁ, ସୁରେନ ସାହୁ, ଶିବୁଲ ଠେଲା, ସୋହନ ସାହୁ, ସୁଶୀଲ ଠେଲା, କିରଣ ବାରିକ, ଯୁଧିଷ୍ଠିର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.