ଧାରା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ରକ୍ତଦାନ ଶିବିର,୪୭ ୟୁନିଟ ରକ୍ତ ସଂଗ୍ରହ

5

ଓଡ଼ଗାଁ,୨୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରାମ ସାଗର କଲ୍ୟାଣୀ ମଣ୍ଡପ ପରିସରରେ ଜୀବନ ଧାରା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଥମ ପ୍ରତିଷ୍ଠା ଦିବସରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ସ୍ଥାପନଠାରୁ ଏକ ବର୍ଷ ଧରି ନିରବଛିନ୍ନ ଭାବେ ଅବିଭକ୍ତ ପୁରୀ, ଗଞ୍ଜାମ, ନୟାଗଡ଼ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଆବଶ୍ୟକ ସମୟରେ ନିୟମିତ ଭାବେ ଜରୁରୀ ସେବା ଭାବେ ରକ୍ତଦାନ କରି ଆସୁଅଛି । ନୟାଗଡ଼ ଜିଲ୍ଲାରେ ପ୍ରାୟତଃ ୮୦୦ରୁ ଅଧିକ ଥାଲସେମିଆ ଏବଂ ସିକେଲସେଲ ରୋଗୀ ନିୟମିତ ରକ୍ତ ଗ୍ରହଣ କରିଥାନ୍ତି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ରକ୍ତ ସଂଗ୍ରହ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି । ଖବର ପାଇ ପାଗର ପ୍ରତିକୂଳ ପରିସ୍ଥିତି ସତ୍ୱେ ଜୀବନ ଧାରା ସେବା ଟ୍ରଷ୍ଟର କାର୍ଯ୍ୟକର୍ତ୍ତା, ସଭ୍ୟ ଏବଂ ବ୍ଲଡ଼ ବ୍ୟାଙ୍କର ମିଳିତ ଉଦ୍ୟମରେ ରବିବାର ଦିନ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନୀଲାଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ବ୍ଲଡ଼ ବ୍ୟାଙ୍କର ସମସ୍ତ ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପହଲଗାମର ପର୍ଯ୍ୟଟକ ଶହୀଦ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସାମ୍ୱାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ୱାଦିକ ସାରସ ମିଶ୍ର, ଗଣେଶ୍ୱର ସାହୁ, ଫକୀର ମହାରଣା, ସମାଜସେବୀ ବିଭୁ ପ୍ରସାଦ ସାହୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଟ୍ରଷ୍ଟର ମୁଖ୍ୟ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଚନ୍ଦନ ପାତ୍ର, ମଣ୍ଟି, ଗୁଡୁ, ତପନ, ସୌରଭ, ସୌମ୍ୟ, ସୁକାନ୍ତ, ସୁନିଲ, ଗଜେନ୍ଦ୍ର, ଶ୍ରୀକାନ୍ତ, ଜିତୁ ସହଯୋଗ କରିଥିଲ।

Leave A Reply

Your email address will not be published.