ଉଠା ଜଳସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ : ଜଳର ସୁପରିଚାଳନା ଓ ସୁବିନିଯୋଗ ଉପରେ ଗୁରୁତ୍ୱ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଉଠା ଜଳ ସେଚନ ବିଭାଜନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଭାଜନ କାର୍ଯ୍ୟାଳର ଗୋଷ୍ଠୀ ସମ୍ମିଳନୀ କକ୍ଷ ଠାରେ ବିଭାଜନ ତଥା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଉଠାଜଳ ସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଭାସ୍କର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପାଣି ପଞ୍ଚାୟତ କଣ ଏହାର ଗଠନ ପ୍ରଣାଳୀ ଓ ଆବଶ୍ୟକତା, କେନାଲ ରକ୍ଷଣା ବେକ୍ଷଣ ଓ ସୁପରିଚାଳନାରେ ପାଣିପଞ୍ଚାୟତର ଅଧିକାର, ଦାୟୀତ୍ୱ, ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ବୁଝାଇଥିଲେ । ପାରଳାଖେମୁଣ୍ଡି ବିଧାୟକ କେ. ସୁର୍ଯ୍ୟାରାଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଣିପଞ୍ଚାୟତ ମାଧ୍ୟମରେ ଜଳର ସୁପରିଚାଳନା କରାଯାଇ କୃଷି କ୍ଷେତ୍ରରେ କିଭଳି ବିଶେଷ ଉନ୍ନତ ଆଣିବାକୁ ହେବ ଏବଂ ପାଣିର ଅପଚୟ ଓ ଅବ୍ୟବହାରକୁ ରୋକି ସହଭାଗି ଜଳସେଚନ ପରିଚାଳନାରେ କୃଷି କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇବା ଦିଗରେ ସହାୟକ ହେବାକୁ  ଉପସ୍ଥିତ ପାଣି ପଞ୍ଚାୟତର ସଦସ୍ୟ ଓ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ପାଣି ପଞ୍ଚାୟତର ଜିଲ୍ଲା ନୋଡାଲ ଅଧିକାରୀ ତଥା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଅଧିକାରୀ ଯନ୍ତ୍ରୀ  ଇଂ.ବିନୟ କୁମାର ରାଉତ ଯୋଗଦେଇ ପାଣିପଞ୍ଚାୟତ କଣ ଏହା କିପରି ଗଠିତ ହୋଇଥାଏ ସେ ସବୁ ଦିଗରେ ବିସ୍ତୁତ ଭାବେ ବୁଝାଇ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ମହେନ୍ଦ୍ର କୁମାର ମାଝୀ, ଆର.ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଉଦ୍ୟାନ ବୈଜ୍ଞାନିକ ରଶ୍ମିତା ଟପ୍ପୋ, ଚାରାରୋଗ ପୋକ ବୈଜ୍ଞାନିକ ଚନ୍ଦନ ମହାରଣା, ସହକାରୀ ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜର ବିଭାଗୀୟ କାର୍ଯ୍ୟକ୍ରମ  ବିଭିନ୍ନ ଯୋଜନା, ସହାୟିତା, ରିହାତି ପ୍ରଭୃତି କଣ କଣ ରହିଛି ସେ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ । ଜିଲ୍ଲା ନାବାର୍ଡର ଏ.ଜି.ଏମ ତଥା ଉନ୍ନୟନ ଅଧିକାରୀ ସୁଦ୍ୟୋମ୍ନ ପାଲ ଯୋଗ ଦେଇ ନାବାର୍ଡ ପକ୍ଷରୁ ଚାଷୀଙ୍କୁ ରହିଥିବା ସୁବିଧା ବ୍ୟବସ୍ଥା ଉପରେ କହି ପାଣି ପଞ୍ଚାୟତ ଦ୍ୱାରା କୃଷି ଜଳର ସମ ଆବର୍ଜନକୁ କିଭଳି ନିଶ୍ଚିତ କରି ଫସଲର ଉନ୍ନତି ଆଣି ହେବ ସେ ଦିଗରେ ବୁଝାଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ଜଳ ସେଚନ , ସୁପରିଚାଳନା , ସମବଣ୍ଟନ, ଆପୋଷ ଆଲୋଚନା,ଉଠା ଓ କ୍ଷୁଦ୍ର ଜଳସେଚନ, କାଳିଆ ଓ ବିଭିନ୍ନ ଯୋଜନା ଓ ରିହାତି ପ୍ରଭୃତି ଉପରେ ସଚେତନା ମୂଳକ ବେନେର ଲଗାଯାଇଥିବା ସହ ଉପସ୍ଥିତ ଚାଷୀ ଓ ପାଣିପଞ୍ଚାୟତ ସଦସ୍ୟ ମାନଙ୍କୁ ବଣ୍ଟନ କରାଯାଇଥିଲା । ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ଓ ସଦସ୍ୟା ଓ ଚାଷୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.