ଗ୍ରାମବିକାଶ ର ୪୦ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ: ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଗ୍ରାମ ବିକାଶର ଭୁମିକା ଗୁରୁତ୍ୱପୂର୍ଣ୍ଣ

0

 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ଗୁଡିକରେ ମୌଳିକ ସୁବିଧା ସମେତ ଜୀବନ ଜୀବିକା ପାଇଁ ଆବଶ୍ୟକ ସହାୟତା ଓ ସ୍ୱଚ୍ଛ ପରିମଳ ପରିବେଶ ଯୋଗାଇ ଦେବା କ୍ଷେତ୍ରରେ ଗ୍ରାମ ବିକାଶର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପାରଳାଖେମୁଣ୍ଡି ଠାରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ନିକଟ ପଡିଆରେ ଗ୍ରାମ ବିକାଶର ଆୟୋଜିତ ୪୦ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ସେମାନଙ୍କ ମତ ପ୍ରକାଶ କରିଛନ୍ତି ।

ଗ୍ରାମବିକାଶର ଅଧ୍ୟକ୍ଷ ଡ: ଜୋ.ମାଡିଆଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ପାରଳା ବିଧାୟକ କେ.ସୁର୍ଯ୍ୟାରାଓ ଅତିଥି ଭାବେ ଯୋଗଦେଇ ଗ୍ରାମବିକାଶ ଗଜପତି ଜିଲ୍ଲା ସମେତ ରାୟଗଡା , କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଆଦିବାସୀ ଗରୀବ , ଦଳିତ ନିଷ୍ପେଷିତ ଲୋକଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରୁଛି । ଗୋବର ଗ୍ୟାସ ପ୍ଲାଣ୍ଟ ସ୍ଥାପନ ଠାରୁ ଆରମ୍ଭ କରି ନିରାପଦ ପିଇବା ପାଣି ଶିକ୍ଷା, ସ୍ୱାସ୍ଥ୍ୟ,ସାମାଜିକ ବନିକରଣ, ଶିଶୁମାନଙ୍କ ପାଠ ପଢାପାଇଁ ଦିନ ବିଦ୍ୟାଳୟ ଓ ବାଲବାଡି କେନ୍ଦ୍ର, ମା ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ , ସ୍ୱାସ୍ଥ୍ୟମେଳା, ଔଷଧ ବଣ୍ଟନ କେନ୍ଦ୍ର । ଘର ନିର୍ମାଣ ପାଇଁ ସ୍ୱଳ୍ପ ମୁଲ୍ୟରେ ଗୃହ ନିର୍ମାଣ, ବହୁମୁଖୀ ତାଲିମ, ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ଫଳଚାଷ ପାଇଁ ଚାରା ରୋପଣ ଜଳସେଚନ ସୁବିଧା ପାଇଁ ଆଡି ବନ୍ଦ ଓ କେନାଲ ନିର୍ମାଣ  । ସ୍ୱୟଂ ସହାୟିକା ଦଳ ଗଠନ ଓ ଆତ୍ମ ନିର୍ଭର ଶୀଳତା ପାଇଁ ତାଲିମ, ଆର୍ଥିକ କାରବାର ଉପରେ ଶିକ୍ଷା ଲାଭ, ସ୍ୱଚ୍ଛପାଣି ଓ ଉନ୍ନତ ପରିମଳ ବ୍ୟବସ୍ଥା । ଗ୍ରାମ୍ୟ ସ୍ୱାସ୍ଥ୍ୟ  ପରିବେଶ କାର୍ଯ୍ୟକ୍ରମ ପ୍ରତ୍ୟେକ ଘର ପାଇଁ ପାଇଖାନା ଓ ଗାଧୁଆ ଘର ସହ ଗୋଷ୍ଠୀ ଭିତ୍ତିକ ପାଣିଟାଙ୍କି ଓ ପାଇପଜଳ ଯୋଗାଣ ପ୍ରଭୃତି ବ୍ୟବସ୍ଥା ନିଜସ୍ୱ ଉଦ୍ୟମରେ ଯୋଗାଇ ଦେବା  ଅତ୍ୟନ୍ତ ପ୍ରଶଂସନୀୟ ଓ ମହତ କାର୍ଯ୍ୟ । ତେଣୁ ଆମେ ସମସ୍ତେ ଗ୍ରାମ ବିକାଶର ଏଭି ମହତ ସେବା ମୂଳକ କାର୍ଯ୍ୟକ୍ରମ ସବୁକୁ ଦୃଢତାର ସହିତ ସହଯୋଗ କରିବାର ଆବଶ୍ୟ୍‍କତା ରହିଛି ବୋଲି କହିଥିଲେ ।

ଭୁବନଶ୍ୱର ଗ୍ରାମବିକାଶର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲିବି ଟି ଜନସନ ଯୋଗ ଦେଇ ଗ୍ରାମାଞ୍ଚଳରେ ଗତ ୩୦ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ଯେଉଁ ସବୁ ଉନ୍ନତି ମୂଳକ ଓ ଜୀବନଜୀବିକା ପାଇଁ କାର୍ଯ୍ୟ କରିଥିବା, ତାହା ତିତଲି ବାତ୍ୟାରେ ନଷ୍ଟ ହୋଇଯାଇଛି ସେ ସେବୁକୁ ସଶକ୍ତି କରି ଆଗକୁ ଆହୁରି ଭଲ କାମ କରିବା ଗ୍ରାମ ବିକାଶର ମୁଳଲକ୍ଷ ବୋଲି କହିଥିଲେ ।

ଗ୍ରାମ ବିକାଶର ପରିଚାଳକ ଗଙ୍ଗାଧର ପାଣିଗ୍ରାହୀ ଏବଂ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦେଇ ଗ୍ରାମ ବିକାଶ ଓଡିଶା ଆନ୍ଧ୍ରର ୬ଗୋଟି ଜିଲ୍ଲାର ୧୮ଟି ବ୍ଲକର ୧୦୮ଟି ପଂଚାୟତରେ ୪୦୯ ଗ୍ରାମରେ ୧୭୦୫୨ ପରିବାରର ୮୫.୧୧୨ ଲୋକଙ୍କ ଜୀବନ ଶୈଳୀରେ ଉନ୍ନତ ଆଣିପାରିଥିବା କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏ.ଡି.ଏମ ଲକ୍ଷ୍ମୀକାନ୍ତ ସେଠୀ ଏବଂ ପ୍ରେମିକା ମଣ୍ଡଳ ଏବଂ ଜିଲ୍ଲା ଦଳ ଓ ପରମିଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହାରା ମଞ୍ଚାସୀନ ଥିଲେ ।

ଏହି ଅବସରରେ ମହେନ୍ଦ୍ର ତନୟା ବିଦ୍ୟାଳୟ କଇଁପୁର ,ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚ ଓ ଟ୍ରଷ୍ଟର ପ୍ରିୟଦର୍ଶନୀ ଡ୍ୟାନ୍‍ସ ମ୍ୟୁଜିକ  ଏଣ୍ଡ ନାଟକ ସମାଜ କଳାକାର ମାନେ ମମତା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଗ୍ରାମ ବିକାଶର ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟକ୍ରମ ଓ ସ୍ୱଚ୍ଛ ଭାରତ ଉପରେ ସଚେତନତା ମୂଳକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.