ଗୁଣପୁର କଳିଙ୍ଗ ସାହିତ୍ୟ ଘର ପକ୍ଷରୁ କୃଷ୍ଣ ଚନ୍ଦ୍ର ଗଜପତି ମହାରାଜା ଙ୍କ ଜନ୍ମ ଜୟନ୍ତୀ ପାଳିତ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି – ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ୧୩୩ ତମ ଜୟନ୍ତୀ ଅବସରରେ କଳିଙ୍ଗ ସାହିତ୍ୟ ଘର ଗୁଣପୁର ତରଫରୁ ଗଜପତି ମହାରାଜା ଙ୍କ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଗୁଣପୁର କନ୍ୟକାପରମେସ୍ଵରୀ ମନ୍ଦିରର କଲ୍ୟାଣୀ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଭା ରେ ଗଜପତି ମହାରାଜା ଙ୍କ ଯଶ କୀର୍ତ୍ତି ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ସାହିତ୍ୟ ଘର ର ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ମଲ୍ଲିକ
ଗଜପତିଙ୍କ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେ କେମିତି ପ୍ରମୁଖ ବିନ୍ଧାଣୀ ଥିଲେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅସ୍ଲୋଚନା କରିଥିଲେ।ତାଙ୍କ ବିନା ଆଜିର ଏ ସୁନ୍ଦର ଓଡ଼ିଶାର ପରିକଳ୍ପନା ସମ୍ପୂର୍ଣ ହେବା ଅସମ୍ଭବ ଏବଂ ଅପରିକଳ୍ପନୀୟ ଅଟେ।ନିଜର ଶ୍ରମ ଧନ ଓ ମନ କୁ ସ୍ୱତନ୍ତ୍ର ଓଡିଶା ନିର୍ମାଣ ପାଇଁ ବିନିଯୋଗ କରି ଯେଉଁ ବିରଳ ଉଦାହରଣ ସୃଷ୍ଟି କରି ଯାଇଛନ୍ତି ସେଥି ପାଇଁ ସେ ଆମ ସମସ୍ତଙ୍କର ପୂଜ୍ୟ ଓ ନମସ୍ୟ ବୋଲି ମନ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘର ର ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ମଲ୍ଲିକ, ଉପ ସଭାପତି ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ସମ୍ପାଦକ ଶ୍ରୀ ଅନନ୍ତ ପାତ୍ର ଉପଦେଷ୍ଟା ତଥା ଗୁଣପୁର ଓକିଲ ସଂଘ ର ସଭାପତି ଶ୍ରୀ ଗୌରୀ ଶଙ୍କର ଦାଶ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ତ୍ରିନାଥ ଖାଡ଼ଙ୍ଗା ଙ୍କ ସମେତ ସହର ର ମାନ୍ଯଗଣ୍ଯ ବ୍ୟକ୍ତି ଏବଂ ବୁଦ୍ଧିଜିବୀ ଗଣ ଉପସ୍ଥିତ ରହିଥିଲେ।

 

Leave A Reply

Your email address will not be published.