ଫୁଲବାଣୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାବ୍ଯୋତ୍ସବରେ ଗଜପତି ଜିଲ୍ଲାର ଯୋଗଦାନ

5

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫୁଲବାଣୀ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କାବ୍ଯୋତ୍ସବ ଆଜି (ଶନିବାର) ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ , ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସଭା ମୁଖ୍ୟ ଭାବେ ଶ୍ରୀ ରବୀନ୍ଦ୍ରନାଥ ମିଶ୍ର , ସଭାପତି ( ଜିଲ୍ଲା ଲେଖକ ସାମ୍ମୁଖ୍ୟ , ଫୁଲବାଣୀ) , ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବି ଶ୍ରୀ ବିପିନ୍ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି କବିତା ଦରବାରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ତିରିଶ ଜଣ ପ୍ରତିଷ୍ଠିତ କବି ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାରୁ ବରିଷ୍ଠ ସାହିତ୍ୟିକା ତଥା କବି ଡ଼ଃ କଲ୍ୟାଣୀ ମିଶ୍ର ( ଅଧ୍ୟାପିକା , ମହିଳା ସ୍ନାତକ ମହାବିଦ୍ୟାଳୟ) ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇଥିଲେ।
ଏଥି ସହ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଶ୍ରୀ ରାଜେନ୍ଦ୍ର କୁମାର ରଥ ମଧ୍ୟ ଗଜପତି ଜିଲ୍ଲାରୁ ପ୍ରତିନିଧିତ୍ଵ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କବି ଶ୍ରୀ ବିଦେଶୀ ନାୟକ ପରିଚାଳନା କରିଥିଲେ।

Leave A Reply

Your email address will not be published.