ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ବିଡ଼ିଓ ଦିଲୀପ କୁମାର ବାଡାଙ୍କ ସଭାପତିତ୍ୱ ଜାତୀୟ ପଂଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ଅହଲ୍ୟା ସାହୁ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମକରଧ୍ୟଜ ସାହୁ, ଜିଲା ସ୍ତରୀୟ ବ୍ଲକ ନୋଡାଲ ଅଧିକାରୀ ଆଲୋକ ରଞ୍ଜନ ମିଶ୍ର,ସାଂସଦଙ୍କ ବ୍ଲକ ପ୍ରତିନିଧି ହେମନ୍ତ ବିଶ୍ୱାଳ ଯୋଗ ଦେଇଥିଲେ। ଏପିଓ ପ୍ରଦ୍ୟୁମ୍ନ ସାହୁ ଅତିଥି ପରିଚୟ ପ୍ରଦାନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ |ସଭାର ସଭାପତି ବିଡ଼ିଓ ବାଡା କହିଥିଲେ ଯେ ଜାତୀୟ ପଞ୍ଚାୟତିରାଜ ଦିବସର ଉଦେଶ୍ୟ ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଉପକାରିତା ହିତାଧିକାରୀ କିପରି ଲାଭ ପାଇପାରିବେ ସେ ଉପରେ ଅବଗତ କରାଇ ଥିଲେ |୪୩ ଡିଗ୍ରୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁଦ୍ର ତାପକୁ ଭୁକ୍ଷେପ ନ କରି ଏହି ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଥିଲା |ଏହି ଅବସରରେ ବ୍ଲକର ୨୭ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ଓ ୧୦ ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ଆୟୁଷ୍ମାନ କାର୍ଡ ଅତିଥିଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା | କାର୍ଯ୍ୟକ୍ରମକୁ ଜିପିଓ ଦେବାଶିଷ ମହାନନ୍ଦ ସଂଯୋଜନା କରିଥିବା ବେଳେ ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ |ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରାୟଣ ପଧାନ, ଏଏସଆଇ ଏକାମ୍ରର ନାହକ ଓ ପୋଲିସ ଟିମ ଶାନ୍ତି ଶୃଙ୍ଖଲା ପାଇଁ ଉପସ୍ଥିତ ଥିଲେ |ଅଗ୍ନୀଶମ ବାହିନୀ ଉପସ୍ଥିତ ଥିଲେ |ଚେରୁପାଲି ସରପଞ୍ଚ ଦିଲୀପ କୁମାର ଶତପଥୀ, ସରପଞ୍ଚ କ୍ଷୀରୋଦ୍ର ବୁଡ଼େକ,ସରପଞ୍ଚ,ସମିତି ସଭ୍ୟ,ଅଙ୍ଗନୱାଡି କର୍ମୀ, ଏମଵୀକେ, ସିଆଇପିସିଏମ, ଆଶା କର୍ମୀ, ପିଆରଆଇ ମେମ୍ବର ଜନପ୍ରତିନିଧି,୭୦୦ ରୁ ଉର୍ଦ୍ଧ ହେବ ବିଭିନ୍ନ ବିଭାଗରୁ ଅଧିକାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ| ସଭାରେ ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସରକାର ଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନର କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଉପସ୍ଥିତ ଅଧିକାରୀ ମାନେ ଦେଖିବାକୁ ପାଇଥିଲେ |
Sign in
Sign in
Recover your password.
A password will be e-mailed to you.