ଅସ୍ତରଙ୍ଗ୨୪/୪(ଦୁଃଶାସନ ନାୟକ) :ଆଧୁନିକତା ଭିତରେ ବୌଦ୍ଧିକ ମାନଦଣ୍ଡ କୁ ପ୍ରତିଷ୍ଠା କରିବା ଯାହାର ବିଶେଷ ଲକ୍ଷ, ସେହିଭଳି ଏକ ସ୍ୱତନ୍ତ୍ର ଅନୁଷ୍ଠାନ ସରସ୍ବତୀ ଶିଶୁମନ୍ଦିର, ଏହି ନୈତିକତା କୁ ଦୃଷ୍ଟି ରେ ରଖି ଏହାର ମୂଲ୍ୟବୋଧ କୁ ସୁଦୃଢ କରିବା ଉଦ୍ଧେଶ୍ୟ ରେ ଭାରତୀୟ ଜାତୀୟ ଶିକ୍ଷାନୀତି -୨୦୨୦ ଆଧାର ରେ ଏକ ୪ ଦିନିଆ ପ୍ରଶିକ୍ଷଣ ଶିବିର ଅସ୍ତରଙ୍ଗ କୁଅଁରପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି,ଏହି ଶିବିର ଗତ ୨୧ ତାରିଖ ସୋମବାର ଦିନ ଉଦ୍ଘାଟନ ହୋଇଥିବା ବେଳେ ୨୪ ତାରିଖ ଗୁରୁବାର ଦିନ ମହାଆଡମ୍ବର ରେ ଉଦଯାପନ ହୋଇଛି, ଏହା କାକଟପୁର ସଂକୁଳ ସ୍ତରୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି ପ୍ରଶିକ୍ଷଣ ରେ କାକଟପୁର ସଂକୁଳ ସ୍ତରୀୟ ଅସ୍ତରଙ୍ଗ, ଓଥକା, ଆମ୍ବପଡା, ବାଲିଦୋକାନ, କାକଟପୁର ଓ ଯୋଗେଶ୍ୱରପୁର ସମୁଦାୟ ୬ ଗୋଟି ଶିଶୁମନ୍ଦିର ର ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଙ୍କ ସମେତ ପ୍ରଧାନଆଚାର୍ଯ୍ୟ ମାନେ ଯୋଗ ଦେଇଛନ୍ତି,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଆଧ୍ୟାତ୍ମିକ ତତ୍ୱ ଭିତରେ ଶିକ୍ଷା ର ମାନ ବିକାଶ କରିବା ସହିତ ବୌଦ୍ଧିକ ମୂଲ୍ୟବୋଧତା କୁ ଶିକ୍ଷା ନୀତି ରେ କିପରି ନୂତନ ସମାଜ ଓ ସୁସ୍ଥ ସମାଜ ଗଠନ ରେ ଭବିଷ୍ୟତ ନିର୍ମାଣ କରାଯିବ ତାହାକୁ ଗୁରୁତ୍ୱ ଦିଆଯାଇ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କ ଭିତରେ ଏକ ଶିକ୍ଷା ଓ ପ୍ରଶିକ୍ଷଣ କରାଯାଇ ସେମାନଙ୍କୁ ଆଧୁନିକତା ଭିତରେ ପ୍ରାଚୀନ ପରମ୍ପରା ଓ ସଭ୍ୟତା କୁ ପୁନଃଜୀବିତ କରାଯାଇପାରିବ ସେଇ ଉଦ୍ଧେଶ୍ୟ ରେ ଏହି ପ୍ରଶିକ୍ଷଣ ରେ ସ୍ୱତନ୍ତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଛି,ବ୍ରହ୍ମମୁହୂର୍ତ୍ତ ରେ ଶଯ୍ୟାତ୍ୟାଗ କରି ପ୍ରାତଃଵିଧି କରାଯାଇ ପ୍ରାତଃସ୍ମରଣ ସହିତ ପାର୍ଥନା ହୋଇଛି, ଏହା ସହ ସକାଳ ୮ ଘଟିକା ୩୦ ମିନିଟ ଠାରୁ ରାତ୍ର ୮:୩୦ ମିନିଟ ଭିତରେ ସମୁଦାୟ ୬ ଗୋଟି କାଳାଂଶ ରେ ଆଧ୍ୟାତ୍ମିକ ତତ୍ୱ ଓ ପାରମ୍ପରିକ ଶିକ୍ଷା ନୀତି ଉପରେ ବରିଷ୍ଠ ଶିକ୍ଷାବିତ୍ତ ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଛି, ଆଜି ଏହି କାର୍ଯ୍ୟକ୍ରମ ରେ ଉଦଯାପନୀ ଵା ସମାରୋପ ଦିବସ ପାଳିତ ହୋଇଛି, ଏହି ଦିବସ ରେ ସଂକୁଳ ପ୍ରମୁଖ ସୁରେନ୍ଦ୍ର କୁମାର ମାଣିକ, ସଂକୁଳ ସଂଯୋଜକ ତନ୍ମୟ କୁମାର ପାତ୍ର, ଅସ୍ତରଙ୍ଗ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ପରିଡା, ଶିଶୁବାଟିକା ପ୍ରମୁଖ ତଥା କ୍ଷେତ୍ର ସଙ୍ଗୀତ ସଂଯୋଜକ ପି. ମୋହନ ରାଓ ପାତ୍ର ଓ ସହ ଜିଲ୍ଲା ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ ଙ୍କ ସମେତ ୬ ଗୋଟି ସଂକୁଳ ସ୍ତରୀୟ ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅନେକ ବରିଷ୍ଠ ଶିକ୍ଷାବିତ୍ତ ମାନେ ଉପସ୍ଥିତ ରହିଥିଲେ, ମଧ୍ୟାହ୍ନ ସମୟ ରେ ସମାରୋପ ଦିବସ ପାଳନ ହୋଈ ଭୋଜନ ଓ ପରିଶେଷରେ ଆସିଥିବା ଅତିଥି ମାନଙ୍କୁ ସ୍ୱାଗତ ସ୍ୱରୂପ ବିଦାୟ ଦିଆଯାଇଛି l
Sign in
Sign in
Recover your password.
A password will be e-mailed to you.
Next Post