ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ନର୍ଲା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହେଉଥିଲା। ବିଶାଖାପାଟଣାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବୁଧବାର ପୂର୍ବାହ୍ନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନର୍ଲା ବ୍ଲକ ଯାଦବ ସମିତିର ସମ୍ପାଦକ ଭାବେ କାର୍ଯ୍ୟ କରି ଆସିଥିବା ସ୍ବର୍ଗତ ଜାଲ ଜଣେ ସୁସଙ୍ଗଠକ ଓ ସମାଜସେବୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ମାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ସେ କାର୍ଯ୍ୟରତ ଥିବାବେଳେ ଅନେକ ଜନହିତକର କାର୍ଯ୍ୟ କରି ଯାଇଛନ୍ତି। ତାଙ୍କର ଧର୍ମପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତାଙ୍କ ବିୟୋଗରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଲ କିଶୋର ପୋଢ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଉଦ୍ୟୋଗପତି ସୁମିତ ଅଗ୍ରୱାଲ, ଧିରେନ୍ଦ୍ର ଖେତାନ, ସମାଜସେବୀ ଅବିନାଶ ଠାକୁର, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ସାଧାରଣ ସମ୍ପାଦକ ଅଜିତ କରୁଆଁ, ଉପସଭାପତି ଲିଙ୍ଗରାଜ କରୁଆଁଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଶୋକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.