ରାଜ୍ୟ ଖାଦ୍ୟ ଆୟୋଗ କର୍ମକର୍ତ୍ତାଙ୍କ ତିନିଦିନିଆ ଗସ୍ତ

5

ବିଜେପୁର :-ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀ ଦୟାନିଧି ଦାଶ ଏବଂ ଶ୍ରୀ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବରେ ପରିଦର୍ଶନ କରି ପିଲାମାନଙ୍କୁ ବଣ୍ଟନ କରାଯାଉଥିବା ଛତୁଆର ଗୁଣାତ୍ମକ ମାନ ଯାଞ୍ଚ କରିବା ସହ ସ୍ଵଚ୍ଛତା ଉପରେ ଗୁରୁତ୍ୱ ଦେଇ ପରେ ଏମ ଶ୍ରୀଗିଡ଼ା ବିଦ୍ୟାଳୟ ପରିସର ବୁଲି ଦେଖିଲେ । ସଦସ୍ୟଙ୍କ ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ଵାଳ ସମେତ ଭାରପ୍ରାପ୍ତ ସିଡିପିଓ ଆମେରିକାନ ଏକ୍କା,ବରୁଣ ଦଳାଇ,ଏଵଂ ପରିଯୋଜନା ଅଧିକାରୀ ପଦ୍ମପୁର ନିମିଷ୍ୟା ପ୍ରଧାନ ଓ ବ୍ଲକ ର ଅନନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.