ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ବେଦ ବେଦାନ୍ତ ଠାରୁ ଆରମ୍ଭ କରି ଶାସ୍ତ୍ର ପୁରାଣ ଯଦୁ ବଂଶର ଗୈାରବ ଗାଥା ବଖାଣ କରିଥାନ୍ତି। ଇତିହାସ ପୃଷ୍ଠାରେ ପୂର୍ଣ୍ଣ ହୋଇ ରହିଛି ବୀର ଯାଦବଙ୍କ ସ୍ବର୍ଣ୍ଣିମ ଅଧ୍ୟାୟ। ଯାଦବ ସଂସ୍କୃତି ବିଶ୍ବର ଅନ୍ୟତମ ପ୍ରାଚୀନ ସଂସ୍କୃତି। ଏହି ସଂସ୍କୃତି ମାନବ ସମାଜକୁ ବିଶ୍ବ ଭାତୃତ୍ବର ବାର୍ତ୍ତା ପ୍ରଦାନ କରିଥାଏ। ଯଦୁ ବଂଶରେ ଜନ୍ମ ହେବା ଗୈାରବର କଥା ବୋଲି କଳାହାଣ୍ଡି ଜିଲ୍ଲା ଯାଦବ ଭବନର ପ୍ରତିଷ୍ଠା ଉତ୍ସବ ଅବସରରେ ମତ ପ୍ରକାଶ ପାଇଛି। ବୁଧବାର ଭବାନୀପାଟଣାର ସଂକ୍ରିଗୁଡା ଠାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଯାଦବ ଭବନର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ ଓ ସାଧାରଣ ସମ୍ପାଦକ ଡ଼. ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ନେତୃତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ସଭାପତି ଇଂ ପ୍ରଦୀପ କୁମାର ବେହେରା, ବିଶିଷ୍ଟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଭବନର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ଉପସଭାପତି ଲମ୍ବୋଦର ନିଆଲ, ପୂର୍ବତନ ବିଧାୟକ ମୌଷଧି ବାଗ, ଉତ୍କଳ ଯାଦବ ମହାସଭାର ମହିଳା ଶାଖା ସଭାନେତ୍ରୀ ତଥା ଭବାନୀପାଟଣା ପୈାର ପାଳିକାର ପୂର୍ବତନ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ମୁଖ୍ୟ ଉପଦେଷ୍ଟା ସକିତ ରତେ, ଉତ୍କଳ ଯାଦବ ମହାସଭାର ରାଜ୍ୟ ଯୁବ ସଭାପତି ଅମର ବେହେରା, ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଲ କିଶୋର ପୋଢ, ଉତ୍କଳ ଯାଦବ ମହାସଭାର ସଂପାଦକ ନନ୍ଦଲାଲ ସିଂ ଯାଦବ, ଛତିଶଗଡ଼ ରାଜ୍ୟ ଚାରଗଡ ଯାଦବ ସମାଜ ମହାସଭା ସଭାପତି କେନୁରାମ ଯାଦବ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ମନୋଜ ହାତୀ, ଗୋବିନ୍ଦ ବନଛୋର ଓ ଅମିତ ନାଏକ, ନୂଆପଡ଼ା ଜିଲ୍ଲା ସଭାପତି ଭରତଲାଲ ରାଉତ, ରାଜ୍ୟ ଯୁବ ସମ୍ପାଦକ କପିଳେନ୍ଦ୍ର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଦୁଲ୍ଲଭ ମାହାର, ଅରୁପାନନ୍ଦ ନାଗ ଓ ନରେନ୍ଦ୍ର ବାଗ, ଯୁଗ୍ମ ସମ୍ପାଦକ ଚନ୍ଦ୍ରଶେଖର ବାଗ, କୋଷାଧ୍ୟକ୍ଷ ତୁଳମଣି ନାଗ, ଜିଲ୍ଲା ମିଡ଼ିଆ ସେଲ ମୁଖ୍ୟ ଡ଼. ସୁନୀଲ କୁମାର ଧଙ୍ଗଡାମାଝୀ, ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ରଶ୍ମୀରେଖା ରାଉତ, କର୍ମଚାରୀ ଶାଖା ସଭାପତି ଲକ୍ଷ୍ମଣ ବଛା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ କେସିଙ୍ଗାରୁ ଭବାନୀପାଟଣା ପର୍ଯ୍ୟନ୍ତ ଏକ ବିଶାଳ କାର୍ ଶୋଭାଯାତ୍ରାରେ ହାଜାର ହଜାର ସଂଖ୍ୟାରେ ଯାଦବମାନେ ଯାଇଥିଲେ। ସଂକ୍ରିଗୁଡା ସ୍ଥିତ ନବ ନିର୍ମିତ ଜିଲ୍ଲା ଯାଦବ ଭବନରେ ହୋମଯଜ୍ଞ, ଭବନ ଉଦଘାଟନ ସହ ଏକ ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଯାଦବ ଭବନ ନିର୍ମାଣ ପାଇଁ ଜମିଦାତା ସୁଦର୍ଶନ ବେହେରା, ଇଂ ଶୁଶିଲ ଶବରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଯାଦବ ନେତୃବୃନ୍ଦ। ଏଥିରେ ୧୩ ଗୋଟି ବ୍ଲକ ଓ ୪ଟି ଏନଏସିର ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଶହଶ୍ରାଧିକ ଯାଦବ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ଶେଷରେ ଯୁବ ସଂଗଠକ ପିତବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post