ବାଲୁଗାଁ:(ସେକ କୌସର):ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଠାରେ ଜଣେ ମହିଳା ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିରାକାରପୁର ଜିଆରପି ସୂଚନା ଅନୁଯାୟୀ, ଆଜି ବଡ଼ି ଭୋରରେ ବାଲୁଗାଁ ରେଳ ଷ୍ଟେସନ ଅନ୍ତର୍ଗତ ତିନି ନମ୍ବର ଟ୍ରାକରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ମୃତ ମହିଳା ଜଣକ ବାଣପୁର ଥାନା ମାଣିକପୁର ଗ୍ରାମର ବ୍ରଜରାଜ ସ୍ୱାଇଁଙ୍କ ଧର୍ମପତ୍ନୀ କଲ୍ୟାଣୀ ସ୍ୱାଇଁ (୩୦) ବୋଲି ଜଣାପଡିଛି।ତେବେ କଲ୍ୟାଣୀ ଗତକାଲି ବିଳମ୍ବିତ ରାତ୍ରିରେ ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟାର କାରଣ ରହସ୍ୟଘେରରେ ଥିବା ବେଳେ ଜିଆରପି କେସ ନମ୍ବର ୨୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।
Sign in
Sign in
Recover your password.
A password will be e-mailed to you.
Prev Post