ଲାଉମୁଣ୍ଡା ରେ ପିଏମ୍‌ଶ୍ରୀ ହାଇସ୍କୁଲର ବାର୍ଷିକୋତ୍ସବ

4

 ବିଜେପୁର :-ବିଜେପୁର ବ୍ଳକ ଲାରମୁଣ୍ଡା ପିଏମ୍‌ଶ୍ରୀ ନୋଡାଲ ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ ଓ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଛି l ପ୍ରଧାନଶିକ୍ଷକ ଯଯାତି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଜେପୁର ବିଧାୟକ ସନତ କୁମାର ଗଡ଼ଡିଆ, ସମ୍ମାନିତ ଅତିଥି ଭାବରେ ବିଡିଓ ସରୋଜ ବିଶ୍ଵାଳ, ବିଭିଓ ବଲ୍ଲଭ ମେହେର, ବରପାଲି ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ହୁଏ, ବିଦ୍ୟାଳୟ ଚେୟାରମ୍ୟାନ ରଣଜିତ ମେହେର, ଆଲୁମ୍‌ନ ସଭାପତି ଆନନ୍ଦ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ରମେଶଚନ୍ଦ୍ର ଶତପଥୀ ଓ ଦିଲ୍ଲୀପ ହୋତା ପ୍ରମୁଖ ଯୋଗଦାନ କରିଥିଲେ ।

ଶିକ୍ଷକ ସଞ୍ଜୟ ସାହୁ ସଭା ସଂଯୋଜନା, ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର ବିବରଣୀ ପଠନ, ଶିକ୍ଷକ ଜଗଜୀବନରାମ ଡ଼ନସେନା ଉଦ୍ଦେଶ୍ୟ ସ୍ଥାପନ ଓ ଶିକ୍ଷକ ଘନଶ୍ୟାମ ଡ଼ନସେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.