ଖପ୍ରାଖୋଲ ୧୮/୪(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଦାନାମାଳ ଗାଁ ନିକଟରେ ଜଣେ ନାବାଳକ କୁ ମାରଣାସ୍ତ୍ର ଦେଖାଇ ଧମକ ଚମକ ସହିତ ଟଙ୍କା ଦାବୀ କରିବା ଅଭିଯୋଗ ରେ ଦୁଇ ଯୁବକ କୁ ଖପ୍ରାଖୋଲ ପୋଲିସ ଗୁରୁବାର ସନ୍ଧ୍ୟା ରେ କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଦୁଇଜଣ ହେଲେ ବରଗଡ଼ ଜିଲ୍ଲା ପାଇକମାଳ ଥାନା କରମେଲାବାହାଲ ଗାଁ ର ଅମର ବାଗ (୧୯) ଓ ଖପ୍ରାଖୋଲ ଥାନା ଭାନପୂର ପଞ୍ଚାୟତ ଜଳିଆବାହାଲ ଗାଁ ର ବିକାଶ ମହାନନ୍ଦ (୧୯) ବୋଲି ପୋଲିସ ସୂଚନା ଦେଇଛି। ସୁଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ରେ ଦାନାମାଲ ଗାଁ ର ନାବାଳକ ରାମେଶ୍ବର ପାତ୍ର (୧୬) କୁ ଅଭିଯୁକ୍ତ ଦୁଇଜଣ ମୋବାଇଲ ରେ କଲ କରି ଦାନାମାଲ୍ କଲେଜ ପାଖକୁ ଡାକିଥିଲେ। ସେଠାରେ ରାମେଶ୍ବର ସହିତ୍ ଅଭିଯୁକ୍ତ ମାନଙ୍କ ବଚସା ହୋଇଥିବା ବେଳେ ରାମେଶ୍ବର ର ମୋବାଇଲ ଲୁଟି ନେବା ସହିତ ଗାଳିଗୁଲଜ ଦେଇ ଛାତିରେ ପିସ୍ତଳ ଦେଇ ହତ୍ୟା ଧମକ ଦେଇଥିବା ବେଳେ ରାମେଶ୍ବର ପାଟି କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକ ଅଭିଯୁକ୍ତ ଙ୍କୁ କାବୁ କରି ଖପ୍ରାଖୋଲ ପୋଲିସ କୁ ଖବର ଦେଇଥିଲେ। ଖପ୍ରାଖୋଲ ପୋଲିସ ସଦଳେ ବଳେ ପହଞ୍ଚି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ଏକ ଏୟାର ପିସ୍ତଳ ଓ ମୋଟର ସାଇକେଲ ଜବତ କରିଥିଲେ। ନାବାଳକ ର ଅଭିଯୋଗ କୁ ଭିତ୍ତି କରି ଖପ୍ରାଖୋଲ ପୋଲିସ କେସ ନମ୍ବର ୮୬/୨୫ ରେ ୨୯୬,୩୫୧(୨) ଭାରତୀୟ ନ୍ୟାୟ ସଂହିତା ଓ ୨୮ ଆର୍ମ ଏକ୍ଟ ଅନୁସାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଳି ଥାନା ଏସ ଆଇ ଲିଙ୍ଗରାଜ କିଷାନ ପ୍ରକାଶ କରିଛନ୍ତି। ପୁରୁଣା କଳିକୁ ନେଇ ଘଟଣା ଘଟିଥିବା ପୋଲିସ ପ୍ରାରମ୍ଭିକ ସୁଚନା ଦେଇଛି।
Sign in
Sign in
Recover your password.
A password will be e-mailed to you.