ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭରତୀୟ ଜନତା ପାର୍ଟି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଜିଲ୍ଲା ସଭାପତି ନବକିଶୋର ଶବରଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ମୋହନା ନିର୍ବାଚନ ମଣ୍ଡଳୀ ବରିଷ୍ଠ ନେତା ପ୍ରଶାନ୍ତ ମଲିକ , ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଗଜପତି ଜିଲ୍ଲା ର ସମସ୍ତ ବୁଥ ତଥା ଶକ୍ତି କେନ୍ଦ୍ର ଗୁଡିକ ରେ ସଫଳ ଭାବେ ସଦସ୍ୟ ସଂଗ୍ରହ ଅଭିଯାନ ସମାପ୍ତ ହୋଇଥିବା ବେଳେ ଆଗକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକାଭିମୁଖୀ ହୋଇପାରିବ , ସରକାର ତଥା ସଂଗଠନ ମଧ୍ୟରେ ସମନ୍ଵୟ ସେ ନେଇ କର୍ମୀ ତଥା ସକ୍ରୀୟ ସଦସ୍ୟ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା।
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସମସ୍ତ ମଣ୍ଡଳ ସ୍ତରୀୟ ନେତୃବୃନ୍ଦ ସଭା ରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.