ରାଉରକେଲା,(ବସନ୍ତ କୁମାର ଜେନା) : ପୂର୍ବ ସୂଚୀ ଅନୁଯାଇ ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲା ବିଜୁ ଜନତା ଦଳ ଅନୁକୂଲ୍ୟରେ,ପ୍ରବାଦ ପୁରୁଷ,ମହାନ ଦେଶପ୍ରେମୀ,ବିପ୍ଳବୀ ଯୋଦ୍ଧା ତଥା ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ,ଆଧୁନିକ ଓଡିଶା ନିର୍ମାତା ବିଜୁ ବାବୁ ଙ୍କର ୨୮ତମ ତିରୋଧାନ ଦିବଶ,ରାଉରକେଲା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ନେତୃତ୍ବରେ ୧୭/୦୪/୨୫ ରିଖଦିନ,ଛେଣ୍ଡ କଲୋନୀ,କଳିଂବିହାରସ୍ଥିତ ବିଜୁବାବୁ ଙ୍କ ପ୍ରତିମୂର୍ତି ଠାରେ ବରିଷ୍ଠ ନେତା ଗଣ,ବିଜୁ ମହିଳା ନେତ୍ରୀ ଗଣ,ବିଜୁ ଯୁବ ଓ ଛାତ୍ର ମାନଙ୍କ ଦ୍ଵାରା ପାଳନ କରାଯାଇଛି । ଉପସ୍ଥିତ ଥିବା ସବୁ ବିଜୁପ୍ରେମୀ ମାନଙ୍କ ଦ୍ଵାରା,ବିଜୁବାବୁଙ୍କ ପ୍ରତିମୂର୍ତି ରେ ମ।ଲ୍ୟ।ର୍ପଣ ଏବଂ ପୂଜା ଅର୍ଚନା କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ନଗର ସଭାପତି ଗଗନ ପଣ୍ଡାଙ୍କ ସଭାପତିତ୍ଵରେଏକ ଆଲୋଚନଚକ୍ର କରଯାଇଥିଲା । ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଯୋଗଦେଇ,ଆଧୁନିକ ଓଡିଶା ନିର୍ମାଣରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ,ରାଜନୀତିରେ ଅନେକ ନେତା ଅର୍ଥ ଉପାର୍ଜନ କରିବା ଅନେକ ଦୃଷ୍ଟାନ୍ତ ଥିଲାବେଳେ ବିଜୁବାବୁ ନିଜ ସମ୍ପତି ବିକ୍ରି କରି ରାଜନୀତି କରିଥିଲେ । ଓଡିଶା ତଥା ସ୍ବାଭିମାନି ଓଡିଆଙ୍କ ପରିଚୟ ଥିଲେ,ଆମ ଦିବଙ୍ଗତ ନେତା ବିଜୁ ପଟ୍ଟନାୟକ । ତାଙ୍କରି ଆଦର୍ଶରେ ଆମେ ଅନୁପ୍ରାଣିତ ହୋଇ ଓଡିଶାର ପ୍ରଗତିକୁ ଆଗକୁ ନେବାପାଇଁ ଆଜିର ଏହି ମହତ୍ବପୂର୍ଣ ଦିବସରେ ସମସ୍ତେ ଶପଥ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ଅନ୍ୟ ବକ୍ତାଗଣ,ବିଶିଷ୍ଠ ସମାଜ ସେବି ଅଭୟ କୁମାର ଦାସ, ବିରେନ ସେନାପତି,ହରେକୃଷ୍ଣ ପାଢୀ,ଆନନ୍ଦ ଚନ୍ଦ୍ର ମହାନ୍ତି,ଜୟନ୍ତ କୁମାର ମିଶ୍ର, ସୁଦାମ ଦାଶ,ସୁରେନ୍ଦ୍ର ଚନ୍ଦ୍ର ରାଉତ,ସନ୍ତୋଷ କୁମାର ନାୟକ,ଆଲୋକ ବୋଷ,ବିଭୁତି ପୁହାଣ,ଜୋଷଣା ନାୟକ,ତରେଣୀ ଶେଠୀ,ମମତା ପଣ୍ଡା ସମେତ,ବିଜୁବାବୁଙ୍କ କରିଯାଇଥିବା ପ୍ରଶଂସନୀୟ କାର୍ଯ୍ୟଗୁଡିକ ଆଲୋକପାତ କରିଥିବାବେଳେ ଏବେ ଯେଉଁ ନିନ୍ଦନୀୟ ଘଟନା ମାନ ଘଟୁଛି,ମ।ହଙ୍ଗା ହେଉ ବା ପାଟଣାଗଡ,ତାହା ସ୍ବାଭିମାନି ଓଡିଆମାନଙ୍କୁ ଅନେକ ଆଘାତପ୍ରାପ୍ତ କରିଛି,ଏଭଳି ହିନ କାର୍ଯ୍ୟ ଭବିଷ୍ୟତରେ ନହେବାପାଇଁ ଡବଲ ଇଞ୍ଜିନ ସରକାର ଯାତନ୍ମମାନ ହେବ ଦରକାର ବୋଲି ବକ୍ତ।ମାନେ ସରକରଙ୍କୁ ସତର୍କ କରାଇଥିଲେ । ଏହାପରେ ସରକାରୀ ଡାକ୍ତର ଖାନାରେ ବିଜୁ ମହିଳା ଦଳ ତରଫରୁ ଜୋଷଣା ନାୟକ,ଆରତି ଚୌଧୁରୀ,ସିତା ପ୍ରଧାନ, ସୁନନ୍ଦା ସେନାପତି,ସନ୍ଧ୍ଯା ଲକ୍ରା,ପ୍ରିୟଙ୍କା ପ୍ରଧାନ, ବୀଣାପାଣି ମୋହାପାତ୍ର,ମୌସୁମୀ ଶତପଥି,ପିଙ୍କି ସୁତାର,ସଂଗୀତା ମିଶ୍ର, ଜୋସଣା ସ୍ଵାଇଁ ମାନଙ୍କ ଦ୍ଵାରା ରୋଗୀଙ୍କୁ ଫଳ ବଣ୍ଟନ କରଯାଇଥିଲା । ସରକାରୀ ଡ।କ୍ଟର ଖାନାରେ ଥିବା ରକ୍ତ ସଂଗ୍ରହାଳୟ ଠାରେ,ବିଜୁ ଯୁବ ଓ ଛାତ୍ର, ବିଭୁତି ପୁହାଣ, କାବୁଲି ପ୍ରତିହାରୀ,ସୁନୀଲ ବାରୁଆ,ବାବୁ ଖାନ,ସଂଜୀବ ଛୋଟରାୟ,ବିରାଞ୍ଚି ସାମଲ, ସୁଧାଂଶୁ ସାମଲ, ଗୁଡୁ ସୋନ।ର,ଇଯାଜ ଆହମଦ,ପ୍ରିୟବତ ଭଞ୍ଜ,ବାବୁଲାଲ ରଜକ,ପ୍ରେମାନନ୍ଦ ବଡ।ଇକ ମାନଙ୍କ ଦ୍ଵାରା ୫୧ ଇଉନିଟ ରକ୍ତ ସଂଗ୍ରହ କରଯାଇଥିଲା । କ।ର୍ଜ୍ୟକ୍ରମରେ ସୁଶାନ୍ତ ଦାସ, ବାବୁଲି ଦାସ,ବଇଲୋଚନ ସାମଲ,ମୋହନ ଡାକୁଆ,ଗଣେଶ ଭୂୟା,ଗୋବିନ୍ଦ ରାମ ଅଗ୍ରୱାଲ,ଅକ୍ଷୟ ନାୟକ,ସୁକାନ୍ତ ସ୍ଵାଇଁ,କୃଷ୍ଣ ପ୍ରସାଦ ସିଂହ,ରଞ୍ଜନ ନାୟକ,ଅକ୍ଷୟ ଜେନା,ପ୍ରଶାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.