ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ଶିଲାଜୀତ ଜଡ଼ିବୁଟି ବ୍ୟକ୍ତି ଙ୍କୁ ସାବଧାନ୍ l ଜଡ଼ିବୁଟି ବିକିବା ନl ରେ କରୁଛନ୍ତି ଗାଡ଼ି ଚୋରୀ l ଏଭଲି ରାକେଟ କୁ ଗୋଡାଇ ଗୋଡାଇ ଧରିଲା ରାମପୁର ଥାନା ପୋଲିସ l ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ତେଲିପାଳି ଗାଁ ର ସ୍ଵାଧୀନ ସାହୁ ଙ୍କ ବୋଲେରୋ ଗାଡ଼ି କୁ ଗତ ୧୪ ତାରିଖ ରାତିରେ ତାଙ୍କ ଘରୁ ଚୋରୀ କରି ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ l ଏନେଇ ୧୫ ତାରିଖ ରେ ଗାଡ଼ି ମାଲିକ ସ୍ଵାଧୀନ ରାମପୁର ଥାନା ରେ ଲିଖିତ ଅଭିଯୋ କରିବା ପରେ ପୋଲିସ ଜିପିଏସ ସାହାଯ୍ଯରେ ଟ୍ରାକ କରି ବଲାଙ୍ଗିର ଜିଲା ଅଂଚଳରୁ ତାଙ୍କୁ ଗିରଫ୍ କରିଛି l ରାମପୁର ପୋଲିସ ବଲାଙ୍ଗୀର ସଦର ଥାନା ଆଇଆଇସିଙ୍କୁ ଯୋଗାଯୋଗ କରି ଘଟଣା ବିଷୟରେ ସୂଚନା ଦେଵା ସହ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗାଡ଼ିକୁ ଟ୍ରାକ କରି ଗାଡିଥିବା ଜାଗାକୁ ଯାଇ ଉକ୍ତ ଗାଡିକୁ ଜବତ କରିବା ସହ ରାଜ୍ୟ ବାହାର ତିନିଜଣକୁ ଗିରଫ କରି ରାମପୁର ପୋଲିସକୁ ହସ୍ତାନ୍ତର କରିଥିଲେ | ଚୋରୀ ବୋଲେରୋ ଗାଡ଼ି କୁ ଜବତ କରିବା ସହ ଦୁଇଜଣ ବାପ ପୁଅ ସହ ଆଉ ଜଣେ ବ୍ୟକ୍ତି ସର୍ବମୋଟ ତିନିଜଣ ଅଭିଯୁକ୍ତ ଙ୍କୁ ଗିରଫ୍ କରିଛି ରାମପୁର ପୋଲିସ l ଅଭିଯୁକ୍ତ ମାନେ ହେଲେ ପ୍ରୟାଗରାଜ ର ରାଜୁ ସିଂ (୪୦),ସିଲନ୍ଦର ସିଂ (୨୦) ଏବଂ ମହାରାଷ୍ଟ୍ର ର ଚିତ୍ତରିଆ ର ସନ୍ତା ସିଂ ବୋଲି ସୂଚନା ମିଳିଛି l ଏମାନେ ମାନେ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ବୁଲି ବୁଲି ରୁଦ୍ରାକ୍ଷ, ତୁଲସୀ ମlଲା ଏବଂ ଶିଲାଜୀତ ଭଳି ଜଡ଼ିବୁଟି ବିକ୍ରି କରୁଥିଲେ l ଏଭଲି ଚୋର ଙ୍କ ଠାରୁ ଦୁରେଇ ରହିବା ସହ ପ୍ରଶାସନ ମଧ୍ୟ ସଜାଗ ହେବା ଦରକାର ବୋଲି ମନେହୁଏ l ଏହି ଘଟଣା ରେ ଗିରଫ୍ ହୋଇଥିବା ତିନି ଜଣ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରିବା ସହିତ ଏଥିରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି କି ସେ ଦିଗ ଉପରେ ତଦନ୍ତ କରୁଛି ରାମପୁର ଥାନା ପୋଲିସ ବୋଲି ଥାନା ଅଧିକାରୀ ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.