ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି।

3

 କେନ୍ଦୁଝର ବୁଦ୍ଧିଜୀବି ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର।   

କେନ୍ଦୁଝର,ତା୧୬/୪- ସମଗ୍ର କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ଥିଲା ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ। ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ପାସ୍ କରି ଯାଇ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେବେ ୨ ବର୍ଷ ତଳେ ଏହି କଲେଜ ପରିସରରେ ଧରଣୀଧର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଲା ପରେ କଲେଜର ଅସ୍ଥିତ୍ଵ ଲୋପ କରିଦିଆଯାଇଛି। ତେଣୁ ପୁଣି କଲେଜକୁ ପୂର୍ବ ରୂପକୁ ଫେରାଇ ଆଣିବାକୁ କେନ୍ଦୁଝରରେ ଦାବି ଜୋର୍ ଧରିଛି। ଛାତ୍ର ସଂଗଠନ ତରଫରୁ ଦାବିପତ୍ର ଦେଲା ବେଳେ ସରକାରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ପୁଣି ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ଖୋଲିବ ବୋଲି କହିଥିଲେ। ତେବେ ଏହା ମଧ୍ୟରେ ଏହି କଲେଜ ବିଶ୍ଵବିଦ୍ୟାଳୟ ଭିତରେ ସତ୍ତା ହଜାଇବା ପରେ ଏଠାରୁ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ନିକଟସ୍ଥ ରାଇସୁଆଁ କଲେଜକୁ ସ୍ଥାନାନ୍ତର କରାଯାଇଛି ଯାହା ଏକ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି। ଏଥି ନେଇ ପୁରାତନ ଛାତ୍ର ମାନେ କ୍ଷୋଭ ପ୍ରକାଶ କରିଛନ୍ତି। କଲେଜର ଆଲୁମନି ଆସୋସିଏସନ୍ ପୁରାତନ ଛାତ୍ର ପ୍ରତିନିଧି ମାନଙ୍କୁ ଆଉ ମିଟିଂକୁ ଡକା ଯାଉ ନାହିଁ। ଏବେ ଧରଣୀଧର ବିଶ୍ଵବିଦ୍ୟାଳୟକୁ ସ୍ଥାୟୀ ୟୁଜିସି ପ୍ରମାଣପତ୍ର ଲାଗି ଜୋର୍ ଉଦ୍ୟମ ଚାଲିଛି ଏହା ଥରେ ମିଳିଗଲେ ପୁରୁଣା ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ଫେରିବାର ବାଟ ସବୁଦିନ ଲାଗି ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଧରଣୀଧର ସ୍ପୋର୍ଟସ କମ୍ଲେକ୍ସରେ ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ କରିବା ଅବସରରେ ଜିଲ୍ଲାର ବରିଷ୍ଠ ନାଗରିକ ରାଜ୍ୟ ଗୋଁଡ଼ ସମାଜ ଉପଦେଷ୍ଟା ଶ୍ରୀ ଜନାର୍ଦ୍ଦନ ନାଏକ ୯୧ ବର୍ଷ ବୟସରେ ନିଜେ ଆସି ଦାବିପତ୍ର ଦେଇ କଲେଜକୁ ପୁଣି ଆରମ୍ଭ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ। ସାଥିରେ ତାଙ୍କ ସହ ଶ୍ରୀ ରମେଶ ମହନ୍ତ,କୁଡୁମି ସମାଜ ସାଧାରଣ ସମ୍ପାଦକ,ଶ୍ରୀ ବାବାଜୀ ପାତ୍ର, ଉପସଭାପତି,ଦଳିତ ଏକତା ମଞ୍ଚ,ଶ୍ରୀ ଅଲେଖ ପାତ୍ର, ସେବାସ୍ତମ୍ବ,କେନ୍ଦୁଝର ଓ ଶ୍ରୀ ଦିଲୀପ କୁମାର ସାହୁ, ପୂର୍ବତନ ସଭାପତି ,ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ଉପସ୍ଥିତ ଥିଲେ। ସମସ୍ତେ ପୁରୁଣା ସହର ସୁଲେଇଖମାର ସ୍ଥିତ ଧରଣୀଧର ବିଶ୍ଵବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସକୁ ବିଶ୍ଵବିଦ୍ୟାଳୟ ଉଠେଇ ନେବାକୁ ଦାବି କରିଥିଲେ।

Leave A Reply

Your email address will not be published.