ପଦ୍ମପୁର:- ପଦ୍ମପୁର ସହରରେ ଭାରତରତ୍ନ ଡ. ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ସହରର ରାଜାଜୀ ଟାଉନ୍ ହଲ୍ ଠାରୁ ଆମ୍ବେଦକର ଛକ (ଦୋରା ପେଟ୍ରୋଲ ପମ୍ପ) ସ୍ଥିତ ଡ.ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଏକ ବିରାଟ ଭବ୍ୟ ଶୋଭାଯାତ୍ରା ଗଣ୍ଡା ବଜା, ଦୁଲଦୁଲି ବଜା ସହିତ ସାଉଣ୍ଡ ରେ ବାବା ସାହେବ ଙ୍କ ଜୟଗାନ କରି ଭଵ୍ୟ ଆକାର ରେ ନଗର ପରିକ୍ରମା କରିବା ସହ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପାଖକୁ ରାଲି ପହଁଚିଥିଲା । ବାବା ସାହେବ ଙ୍କ ପ୍ରତିମୃତ୍ତି ରେ ଏସ୍.ସି, ଏସ୍.ଟି. ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ସଭାପତି ଭୋଜରାଜ ବାଗ, ଉପ ସଭାପତି ନୀଳମଣି ବରିହା, ସଂପାଦକ ରଘୁ ନନ୍ଦନ ଦେଓ କୋଷାଧକ୍ଷ ଅଚ୍ୟୁତା ନନ୍ଦ ସେଟ, ଉପଦେଷ୍ଟା କ୍ଷେତ୍ରୀ ଲୁହାର ପଦ୍ମପୁର ନଗର ପାଳ ସାବିତ୍ରୀ ବାଗ, ଆମ୍ବେଦକର ସଂଘ ପଦ୍ମପୁର ସଭାପତି, ବଳଦେବ ସୁନା ଓ ଉପେନ୍ଦ୍ର ଦୀପ, ଖ୍ରୀଷ୍ଟିଆନ ସମାଜର ରାଜେଶ ତାଣ୍ଡି, ଗୋଣ୍ଡ ସମାଜର ସଭାପତି, ଘାସୀ ସମାଜ ତରଫରୁ ନରେଶ ଦାଶ, ଆମ୍ବେଦକର ଯୋଦ୍ଧା ତରଫରୁ ସୁଜନ ବାଗ ନାୟକ ସମାଜ ରୁ ରମେଶ ନାୟକ, ଝାରବନ୍ଦ ବ୍ଲକ ସତନାମୀ ସମାଜ ସଭାପତି ସମସ୍ତେ ମିଶି ପୁଷ୍ପମାଲ୍ୟାର୍ପଣ ଓ ମହବତୀ ପ୍ରଜ୍ବଳନ କରିଥିଲେ । ଉକ୍ତ ଶୋଭାଯାତ୍ରା ପଦ୍ମପୁର ଉପଖଣ୍ଡ ର ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ ପ୍ରଭୃତି ବ୍ଲକ ଅଂଚଳ ରୁ ଶତାଧିକ ମହିଳା, ପୁରୁଷ, ଛାତ୍ର ଛାତ୍ରୀଙ୍କ ସମାଗମ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋରୁ ବଜାର ପ୍ରାଙ୍ଗଣରେ ମଧ୍ୟାହ୍ନ ୧୨ ଘଣ୍ଟା ରେ ବାବା ସାହେବ ଙ୍କ ଜନ୍ମ ଦିବସ ପାଇଁ ଏକ କେକ ମଧ୍ୟ କଟାଯାଇଥିଲା ଓ ପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଯୁବ ସମ୍ବାଦିକ ଗୋପବନ୍ଧୁ ଶିକା ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ଚନ୍ଦ୍ରହାସ୍ୟ ଜାଲ, ଗୋବର୍ଦ୍ଧନ ଛତ୍ତର, ପ୍ରଦୀପ ମହାନନ୍ଦ, ରମେଶ ଗୁର୍ଲା, ବଳରାମ କୁମ୍ଭାର ମୋତୀଲାଳ ବାଗ, ଧବଲେଶ୍ୱର ମହାନନ୍ଦ, ରସାନନ୍ଦ ବେସ୍ରା, ଗୋପବନ୍ଧୁ, ସୁନା, ଗୋବିନ୍ଦ ତାଣ୍ଡି, ପ୍ରଶାନ୍ତ ରାଜହଂସ, ସୁବାଷ ବେସରା, କୈଳାଶ କୁମ୍ଭାର କଳ୍ପ ବାରିକ ବିକାଶ କୁମ୍ଭାର ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.