ପଦ୍ମପୁର ରେ ମହା ସମାରୋହରେ ପାଳିତ ହେଲା ହନୁମାନ ଜୟନ୍ତୀ।

3

https://youtu.be/T0JsB-Wkaj8

ଯୋଗଦେଲେ ମନ୍ତ୍ରୀ, ସାଂସଦ ଓ ବିଧାୟିକା

ପଦ୍ମପୁର:- ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ମହାଆଡମ୍ବରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ରାମଜୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରିଥିଲା । ଦୁଲଦୁଲି ବାଦ୍ୟ, ଡିଜେ, ଘଣ୍ଟ ବାଦ୍ୟର ତାଳେ ତାଳେ ରାମଜୀ ମନ୍ଦିର ରୁ ବାହାରି ପୁରୁଣା ବସ୍ତି, ଶାସ୍ତ୍ରୀ ଛକ, ନେହେରୁଗଲି ଛକ, ଭେଉରିଆ ଛକ, ଥାନା ଛକ ହୋଇ ପଦ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭା ଯାତ୍ରାରେ ପାଟ ପଟୁଆରାରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଏବଂ ରାମ ଭକ୍ତ ଶ୍ରୀ ହନୁମାନଙ୍କ ସମେତ ବାନର ସେନା ମଧ୍ୟ ବାହାରିଥିଲେ । ଅନ୍ୟପଟେ ଏହି ଶୋଭା ଯାତ୍ରାରେ ପଦ୍ମପୁରର ସମସ୍ତ ସଂଗଠନର ସଦସ୍ୟମାନେ ଏବଂ ଆଖ ପାଖ ଅଞ୍ଚଳରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଦ୍ମପୁର ସାଂସଦ ପ୍ରଦୀପ ପୁରୋହିତ, ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ନଗରପାଳ ପ୍ରୀତମ ମେହେର ମଧ୍ୟ ଯୋଗ ଦେଇଥିଲେ ସାଂସଦ ଗଦା ବୁଲାଇବା ସହ ମୃଦଙ୍ଗ ବଜାଇ ଲୋକ ମାନଙ୍କୁ
ଉତ୍ସାହିତ କରିଥିଲେ । ତେବେ ପ୍ରତି ଘର ଅଗଣାରେ ଦୀପ କଳସ ରଖି ମହିଳାମାନେ ସ୍ୱାଗତ କରିଥିଲେ । ମାନ୍ୟତା ଅନୁଯାୟୀ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଶ୍ରୀ ହନୁମାନଙ୍କ ଜନ୍ମ ହୋଇଥିଲା । ଏଣୁ ପଦ୍ମପୁରଠାରେ ପୂର୍ବରୁ ପାଳନ କରି ଆସୁଥିବା ଏହି ହନୁମାନ ଜନ୍ମ ଜୟନ୍ତୀକୁ ଏ ବର୍ଷ ବହୁ ଆଡମ୍ବର ସହିତ ପାଳନ ହୋଇଥିବାରୁ ଲୋକେ ବେଶ୍ ଖୁସି ଅନୁଭବ କରିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସମିତି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ, ସରବତ୍‌, ଜଳଖିଆର ବ୍ୟବସ୍ଥା କରାଯାଇଥିବା ବେଳେ ପରିକ୍ରମା ପରେ ଲୋକେ ପ୍ରସାଦ ସେବନ କରିଥିଲେ । ତେବେ ବହୁତ ଶାନ୍ତି ଶୃଙ୍ଖଳା ସହିତ ଏହା ଅନୁଷ୍ଠିତ ହୋଇଥିବାରୁ ସମସ୍ତ ଜନସାଧାରଣ ଏବଂ ପୋଲିସ ପ୍ରଶାସନଙ୍କୁ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.