ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୪/୪/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ମଣ୍ଡଳ ବିଜେପି ତରଫରୁ ବାଘବେଡା ଶୈବ ପୀଠ ପରିସରରେ ଭାରତ ର ସମ୍ବିଧାନ ପ୍ରଣୟିତା ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି। ଡାବୁଗାଁ ମଣ୍ଡଳ ସଭପତି ମନୋଜ କୁମାର ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଆମ୍ବେଦକରଜୀଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବିଜେପି ନେତା ନରେଶ କୁମାର ସିଂ ଡ. ଭୀମ ରାଓ ଆମ୍ବେଦକର ଙ୍କ ଜୀବନୀର ସ୍ମୃତି ଚାରଣ କରିଥଲେ।ଭାରତ ର ସମ୍ବିଧାନ ପ୍ରଣୟିତା ଙ୍କ ସଂଘର୍ଷମୟ ଜୀବନୀ ଓ ଭାରତ ପାଇଁ ତାଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାରୀ ନେତ୍ରୀ ମନୋରମା ନାୟକ, ଗୋବିନ୍ଦ ଗୋପାଳ ଅଗ୍ରୱାଲ, ୱାଇ ରାଜ ଶେଖର ଦୋରା, ବରିଷ୍ଠ ନେତା ଆର ଶଙ୍କର ରାଓ, ଜି ସତ୍ୟା ରାଓ, ନରୁ ସିଂ, ଦିନେଶ କୁମାର ସିଂ, ରତନ କଲାର, ଦୀନବନ୍ଧୁ ମାଝୀ, ପାପିନ ମୁନି, ଜ୍ୟୋତ୍ସ୍ନା ନାୟକ, ହରିହର ଡଙ୍ଗରି ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.